ନୂଆଦିଲ୍ଲୀ:ଗୁରୁବାର ଭାରତୀୟ ବାୟୁସେନାର Su-30 MKI ଲଢ଼ୁଆ ବିମାନ ନିଖୋଜ ହୋଇଯାଇଥିବା ନେଇ ଖବର ଆସିଥିଲା । ଜେଟଟି ଆସାମ ଆକାଶରେ ଉଡ଼ୁଥିବା ସମୟରେ ରହସ୍ୟମୟ ଭାବରେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା। ବିମାନଟିକୁ ଠାବ କରିବା ପାଇଁ ବାୟୁସେନା ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ । ଏବେ କ୍ରାଶ୍ ନେଇ ସ୍ପଷ୍ଟ ସୂଚନା ମିଳିବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି ।ବିମାନଟି ଆସାମର ଜୋରହାଟରୁ ଉଡ଼ାଣ ଆରମ୍ଭ କରିଥିଲା ।ବିମାନ ସହ ଶେଷ ଥର ପାଇ ସନ୍ଧ୍ୟା ୭.୪୨ ରେ ଶେଷ ଥର ପାଇଁ ଯୋଗାଯୋଗ ହୋଇଥିଲା ।
