ଭୁବନେଶ୍ୱର : ଘରୁ ଟିଉସନ୍ ଯାଇ ତିନି ଜଣ ନାବାଳକଙ୍କ ନିଖୋଜ ଘଟଣାକୁ ଦୁଇ ଦିନ ବିତିଗଲାଣି ହେଲେ ଏପର୍ଯ୍ୟନ୍ତ ସେମାନଙ୍କର କୌଣସି ଖବର ମିଳିନାହିଁ ।ସୂଚନା ଅନୁଯାୟୀ, ତିନି ଜଣ ନାବାଳକ ଟିଉସନ ଯାଇଥିଲେ ତାପରେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ବି ନାବାଳକଙ୍କ କୌଣସି ପତ୍ତା ମିଳିନଥିଲା । ପରିବାର ପକ୍ଷରୁ ନାବାଳକ ସନ୍ତୋଷ ମହାନ୍ତି, ସୋମନାଥ ବେହେରା, ବିସ୍ମୟ ସ୍ୱାଇଁ ନିଖୋଜ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ଡିସିପି ୩ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଜରିଆରେ ଚାଲିଛି ସର୍ଚ୍ଚ ଅପରେସନ । ରେଲଓ୍ୱେ ଷ୍ଟେସନ୍, ଚନ୍ଦ୍ରଶେଖପୁର ଏବଂ ପଥରଗାଡ଼ିଆ ଅଞ୍ଚଳରେ ପୋଲିସ ତଦନ୍ତ ଜାରି ରଖିଛି lନାବାଳକମାନେ ବ୍ୟବହାର କରୁଥିବା ମୋବାଇଲକୁ ମଧ୍ୟ ଟ୍ରାକ କରିବାକୁ ପୋଲିସ ପକ୍ଷରୁ ଚେଷ୍ଟା ଚାଲିଛି l
