ବରପାଲି: ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍ର ବରଗଡ଼ ଟ୍ରେନିଂ ସେଣ୍ଟର ପକ୍ଷରୁ ବରପାଲିରେ ସମବାୟ ଓ ହସ୍ତତନ୍ତ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଶିକ୍ଷାର୍ଥୀମାନଙ୍କୁ ସମବାୟ ଓ ହସ୍ତତନ୍ତ କ୍ଷେତ୍ରର ବାସ୍ତବ କାର୍ଯ୍ୟପ୍ରଣାଳୀ ସହ ପରିଚିତ କରାଇବା ଏହି କାର୍ଯ୍ୟକ୍ରମର ଥିଲା ମୁଖ୍ୟ ଲକ୍ଷ୍ୟ।ବରପାଲି ଅଞ୍ଚଳରେ ସମବାୟ ଓ ହସ୍ତତନ୍ତ କ୍ଷେତ୍ରର ବିକାଶ, କାର୍ଯ୍ୟପ୍ରଣାଳୀ, ସଫଳତା, ସମସ୍ୟା ଓ ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରି ପାରିବେ lକାର୍ଯ୍ୟକ୍ରମ ଅଧୀନରେ ନାରାୟଣ ମଡେଲ୍ PACS, ସତଲମା ଏବଂ ଜନତା ବସ୍ତ୍ରାଳୟ WCS, ବରପାଲି ପରିଦର୍ଶନ କରା ଯାଇଛି l ଏହି ପରିଦର୍ଶନ ସମୟରେ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟପ୍ରଣାଳୀ, ସଦସ୍ୟମାନଙ୍କୁ ପ୍ରଦାନ କରାଯାଉଥିବା ସେବା, ଆର୍ଥିକ କାର୍ଯ୍ୟକଳାପ ଏବଂ ସ୍ଥାନୀୟ ଅର୍ଥନୀତିରେ ସମବାୟର ଭୂମିକା ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନେ ପ୍ରତ୍ୟକ୍ଷ ଭାବେ ଅବଗତ ହେଇ ଥିଲେ ବୋଲି ଜଣା ପଡ଼ିଛି lଏଥିସହ ବରପାଲିର କେତେକ ମାଷ୍ଟର ୱିଭର୍ ଓ ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାରଙ୍କ ସହ ପ୍ରଶିକ୍ଷାର୍ଥୀମାନେ ଆଲୋଚନା ମଧ୍ୟ କରା ଯାଇଛି lଏହି ଆଲୋଚନାରେ ବୁଣାକାରମାନଙ୍କ ଅଭିଜ୍ଞତା, ହସ୍ତତନ୍ତ ଉତ୍ପାଦନ ପ୍ରକ୍ରିୟା, ବଜାର ସୁବିଧା, ବିପଣନ ସମସ୍ୟା, ଜୀବିକା ଏବଂ ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନେ ପ୍ରତ୍ୟକ୍ଷ ଜ୍ଞାନ ହାସଲ କରିଥିଲେ l

ଏହି ଅବସରରେ ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍ର ଉପସଭାପତି ଶ୍ରୀ ବିରୋସେନ ସାହୁ ଯୋଗଦେଇ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ସେ ସମବାୟ ଓ ହସ୍ତତନ୍ତ କ୍ଷେତ୍ରର ବିକାଶ, ସମବାୟ ମାଧ୍ୟମରେ ବୁଣାକାରଙ୍କ ଆର୍ଥିକ ସଶକ୍ତିକରଣ, ହସ୍ତତନ୍ତ ଉତ୍ପାଦର ବଜାର ସୁବିଧା ଏବଂ ଏହି କ୍ଷେତ୍ରର ଭବିଷ୍ୟତ ସମ୍ଭାବନା ଉପରେ ମତବିନିମୟ କରିଥିଲେ lଏହି କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ପ୍ରଶିକ୍ଷାର୍ଥୀମାନେ ସମବାୟ ସଂସ୍ଥା ଓ ହସ୍ତତନ୍ତ କ୍ଷେତ୍ରର ‘ଗ୍ରାଉଣ୍ଡ ରିଆଲିଟି’ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଓ ଅଭିଜ୍ଞତା ହାସଲ କରିବେ। ଏହା ସହିତ ସ୍ଥାନୀୟ ବୁଣାକାର ସମୁଦାୟର ଆର୍ଥିକ ଓ ସାମାଜିକ ଉନ୍ନତି ଏବଂ ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍ର ସଭାପତି ଶ୍ରୀମତୀ ପ୍ରଭାସିନୀ ଷଡ଼ଙ୍ଗୀ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
