ନୂଆଦିଲ୍ଲୀ:ବୁଧବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶୁଭମନ୍ ଗିଲ୍ ଦ୍ୱିଶତକ ହାସଲ କରିଛନ୍ତି । ଗିଲ୍ ଦିନିକିଆ ଫର୍ମାଟରେ ଦ୍ୱିତୀୟ ଥର ପାଇଁ ୨୦୦ ରନ୍ କରିଛନ୍ତି । ଏହି ସଫଳତା ପରେ ସେ ଭାରତ ପାଇଁ ଦିନିକିଆରେ ଦ୍ୱିତୀୟ ଥର ଦ୍ୱିଶତକ ହାସଲ କରିବାରେ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି ।ଶୁଭମନ୍ ଗିଲ୍ ୨୦୨୩ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୦୮ ରନ କରି ନିଜର ପ୍ରଥମ ଦ୍ୱିଶତକ ମାରିଥିଲେ ।ଦିନିକିଆରେ ସବୁଠାରୁ ପ୍ରଥମେ ଦ୍ୱିଶତକ ହାସଲ କରିବାର ରେକର୍ଡ ସଚିନ୍ ତେନ୍ଦୁଲକରଙ୍କ ନାଁରେ ଅଛି । ସେ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୨୦୦ ରନ କରିଥିଲେ । ଏହାପରେ ୨୦୧୧ରେ ବିରେନ୍ଦ୍ର ସେହୱାଗ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୧୯ ରନ କରିଥିଲେ ।ସଚିନ ଏବଂ ସେହୱାଗଙ୍କ ପରେ ରୋହିତ ଶର୍ମା ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ରନ କରିଥିଲେ l ବର୍ତମାନ ପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ୧୦ ଜଣ ବ୍ୟାଟର ଦ୍ୱିଶତକ କରିପାରିଛନ୍ତି l
