ଭୁବନେଶ୍ୱର:ଭୁବନେଶ୍ୱରସ୍ଥିତ ଏଭିବିପିର ମୁଖ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ABVP ପକ୍ଷରୁ ଏହାର ନିର୍ବାଚନୀ ଇସ୍ତହାର ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଯାଇଛି।ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକରେ ଏହି ଇସ୍ତହାରକୁ ଆଧାର କରି ସଂଗଠନ ନିର୍ବାଚନ ଲଢ଼ିବ l ମୁଖ୍ୟତଃ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ପୂର୍ଣ୍ଣ ଭୟମୁକ୍ତ, ଶୃଙ୍ଖଳିତ ଏବଂ ଶିକ୍ଷାନୁକୂଳ ପରିବେଶରେ ଗଢ଼ିବା। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟାପକ ଏବଂ ୱାର୍ଡେନ୍ ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରିବା। କ୍ୟାମ୍ପସରେ ଛାତ୍ରୀମାନଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହିତ ପାଠପଢ଼ା ସାଙ୍ଗକୁ ରୋଜଗାରକ୍ଷମ ଶିକ୍ଷା ଉପରେ ଗୁରୁତ୍ୱ ଦେବା ଏହି ଘୋଷଣା ପତ୍ର ରେ ଅଛି lଚଳିତ ନିର୍ବାଚନରେ ଓଡ଼ିଶାର ପ୍ରାୟ ୧୭ଟି କଲେଜରେ ୨୩୦ଟି ପଦବୀ ପାଇଁ ଏଭିବିପିର ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇସାରିଛନ୍ତି।
