ମୁମ୍ବାଇ:ରବିବାର ଟାଇଗର ଶ୍ରଫଙ୍କ କାର ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିବା ୩ ଜଣ ଯୁବକଙ୍କୁ ଘଟଣା ଘଟିବାର ୧୬ ଘଣ୍ଟା ମଧ୍ୟରେ ପୁଲିସ୍ ରାଜସ୍ଥାନର କୋଟାରୁ ଗିରଫ କରିଥିଲା l ସେମାନଙ୍କୁ ମୁମ୍ବାଇ ପୁଲିସ୍ ଜେରା କରୁଥିବା ବେଳେ ଟାଇଗର ସେମାନଙ୍କ ପ୍ରକୃତ ଟାର୍ଗେଟ ନଥିଲେ ବୋଲି ସ୍ପଷ୍ଟ ହୋଇଛି।ସେମାନେ ଆଉ ଜଣେ ବଡ଼ ଅଭିନତାଙ୍କୁ ହତ୍ୟା କରିବାକୁ ଆସିଥିଲେ।ହେଲେ ଉକ୍ତ ଅଭିନେତାଙ୍କ ଠିକଣାରେ ବାରମ୍ବାର ରେକି କଲା ପରେ ତାଙ୍କର ନିକଟତର ହେବା ସମ୍ଭବ ନୁହେଁ ବୋଲି ସେମାନେ ଜାଣି ଯାଇଥିଲେ। ଏଥିପାଇଁ ସେମାନେ ଟାଇଗରଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।ପ୍ରଥମେ ଟାଇଗରଙ୍କ ଫ୍ୟାନ୍ସ ପୋଷ୍ଟ କରୁଥିବା ରିଲ୍ସକୁ ଯାଞ୍ଚ କରିଥିଲେ ୩ ଶୁଟର। ଏହାପରେ ସେମାନେ ଜାଣିବାକୁ ପାଇଥିଲେ ଯେ ଟାଇଗର ପୁଲିସ୍ ସୁରକ୍ଷା ବ୍ୟବହାର କରନ୍ତି ନାହିଁ। ସେଥିପାଇଁ ତାଙ୍କୁ ସେମାନେ ଟାର୍ଗେଟ କରିଥିଲେ lସେମାନଙ୍କ ବୟାନ ଅନୁଯାୟୀ ଟାଇଗରଙ୍କୁ ହତ୍ୟା କରି ବଲିଉଡରେ ଆତଙ୍କ ସୃଷ୍ଟି କରିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ ଥିଲା।
