ଭୁବନେଶ୍ୱର:ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମରେ ବିଭିନ୍ନ କାର୍ଯ୍ୟ ଓ ସାମଗ୍ରୀ କ୍ରୟ ବାବଦରେ ହୋଇଥିବା ଖର୍ଚ୍ଚକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ଏହି ଖର୍ଚ୍ଚଗୁଡ଼ିକର ଯଥାର୍ଥତା, ଅନୁମୋଦନ ପ୍ରକ୍ରିୟା ଓ ଆର୍ଥିକ ନିୟମ ପାଳନ ନେଇ ସ୍ୱଚ୍ଛ ତଦନ୍ତର ଆବଶ୍ୟକତା ଦେଖାଦେଇଛି।ଉପଲବ୍ଧ ତଥ୍ୟ ଅନୁଯାୟୀ—ପ୍ରାୟ ୨ କୁଇଣ୍ଟାଲ ଓଜନର ଲୁହା ଗ୍ରିଲ୍ ପାଇଁ ₹୨,୦୬,୦୦୦ ଖର୍ଚ୍ଚ ହୋଇଥିବା ଦାବି କରାଯାଉଛି। ଏହାସହିତ ୧୦ଟି CCTV କ୍ୟାମେରା ପାଇଁ ₹୩,୪୮,୦୦୦ ଖର୍ଚ୍ଚ ହୋଇଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି।ଏହି ଦୁଇଟି ଖର୍ଚ୍ଚକୁ ନେଇ ସ୍ୱାଭାବିକ ଭାବେ ଅନେକ ପ୍ରଶ୍ନ ଉଠୁଛି।
ପ୍ରଶ୍ନ ହେଉଛି—ଏହି କ୍ରୟ ପାଇଁ ପରିଚାଳନା କମିଟିର ଅନୁମୋଦନ ନିଆଯାଇଥିଲା କି?କୌଣସି ଟେଣ୍ଡର କିମ୍ବା କୋଟେସନ୍ ପ୍ରକ୍ରିୟା ଅନୁସରଣ କରାଯାଇଥିଲା କି?ଯଦି ପରିଚାଳନା କମିଟିର ନିର୍ଦ୍ଦେଶ ନଥିଲା, ତେବେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦେଲା କିଏ?ଏହି ଖର୍ଚ୍ଚ ପାଇଁ କେଉଁ ଅଧିକାରୀ କିମ୍ବା କର୍ତ୍ତୃପକ୍ଷ ଅନୁମୋଦନ ଦେଇଥିଲେ?ଖର୍ଚ୍ଚ ସମ୍ପର୍କିତ ବିଲ୍, ଭାଉଚର୍, ୱର୍କ ଅର୍ଡର ଓ ପେମେଣ୍ଟ ରେକର୍ଡ ଉପଲବ୍ଧ ଅଛି କି?ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଖର୍ଚ୍ଚକୁ ନେଇ ମଧ୍ୟ ପ୍ରଶ୍ନସବୁଠାରୁ ଗୁରୁତର ପ୍ରଶ୍ନ ହେଉଛି—ମାନ୍ୟବର ସୁପ୍ରିମକୋର୍ଟରେ ସମ୍ପର୍କିତ ମାମଲା ବିଚାରାଧୀନ ଥିବା ସମୟରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଏଭଳି ଖର୍ଚ୍ଚ ପାଇଁ କାହାର ଅନୁମତି ନିଆଯାଇଥିଲା?ଏହି ଖର୍ଚ୍ଚଗୁଡ଼ିକ ପାଇଁ ଆଇନଗତ ଓ ପ୍ରଶାସନିକ ଅନୁମୋଦନ ଥିଲା କି ନାହିଁ, ତାହା ସ୍ପଷ୍ଟ ହେବା ଆବଶ୍ୟକ।ସମବାୟ ସଂସ୍ଥାର ଅର୍ଥ ସଦସ୍ୟ ଓ ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ। ତେଣୁ ଉପରୋକ୍ତ ଖର୍ଚ୍ଚର ସମ୍ପୂର୍ଣ୍ଣ ରେକର୍ଡ ଯାଞ୍ଚ କରାଯିବା ପାଇଁ ଦାବି ହେଉଛି l* ଟେଣ୍ଡର ଓ କୋଟେସନ୍ ପ୍ରକ୍ରିୟା,* ପରିଚାଳନା କମିଟିର ଅନୁମୋଦନ,* ବିଲ୍ ଓ ଭାଉଚର୍,* ୱର୍କ ଅର୍ଡର,* ପେମେଣ୍ଟ ରେକର୍ଡ,* ସାମଗ୍ରୀର ପ୍ରକୃତ ମୂଲ୍ୟ ଏବଂ* ଖର୍ଚ୍ଚ ଅନୁମୋଦନ କରିଥିବା ଅଧିକାରୀଙ୍କ ଭୂମିକା ଯାଞ୍ଚ କରାଯିବା ଆବଶ୍ୟକ।ଏହି ମାମଲାରେ ନିରପେକ୍ଷ ଓ ସ୍ୱଚ୍ଛ ଭିଜିଲାନ୍ସ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ଦାବି ଜୋର ଧରିଛି lସମବାୟର ଅର୍ଥର ପ୍ରତ୍ୟେକ ଟଙ୍କାର ହିସାବ ସ୍ୱଚ୍ଛ ହେବା ଆବଶ୍ୟକ ବୋଲି ସମବାୟ ଆଇନ କହୁଥିବା ବେଳେ ଏବେ ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମ ଏବେ ଅନିମିୟତା ର ଚରମ ସୀମା ରେ ପହଂଚିଛି lତଥ୍ୟ ଆନୁସାରେ ଖୁବ ଶୀଘ୍ର ଏକ ପରିଚାଳନା କମିଟି ବୈଠକ ଡକାଯିବା ପାଇଁ ନିଷ୍ପତ୍ତି ହୋଇଛି l RCS, ଓଡିଶା ଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି ଜଣା ପଡ଼ିଛି
