ଭୁବନେଶ୍ୱର:ରାଜ୍ୟ ଗୃହ ନିର୍ମାଣ ସମବାୟ ନିଗମର ପୁରୀସ୍ଥିତ ଖାଲି ଜମି ଓ ସମ୍ପତ୍ତିର ସମ୍ଭାବ୍ୟ ବିକ୍ରୟକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ନିଗମରୁ ମିଳିଥିବା ତଥ୍ୟ ଆଧାରରେ ଖାଲି ଜମିର ବିକ୍ରୟ ସମ୍ପର୍କିତ କାର୍ଯ୍ୟ ପାଇଁ ଶ୍ରୀ ସର୍ବେଶ୍ୱର ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିବା ନେଇ ପ୍ରଶ୍ନ ଉଠିଛି।ଏହି ନିଯୁକ୍ତିର ଆଧାର କ’ଣ? ତାଙ୍କ ଯୋଗ୍ୟତା ଓ ଅଭିଜ୍ଞତା କ’ଣ? ପରିଚାଳନା କମିଟିର ଅନୁମୋଦନ ନିଆଯାଇଥିଲା କି?ଯଦି Service Provider ମାଧ୍ୟମରେ ନିଯୁକ୍ତି ହୋଇଥିଲା, ତେବେ ତାଙ୍କ ନାମରେ ବ୍ୟକ୍ତିଗତ ଫାଇଲ ଖୋଲିବାର ନିୟମଗତ ଆଧାର କ’ଣ—ତାହା ମଧ୍ୟ ସ୍ପଷ୍ଟ କରାଯିବା ଆବଶ୍ୟକ। ପୂର୍ବରୁ ଦାୟିତ୍ୱରେ ଥିବା ଶ୍ରୀ ମନୋଜ ମହାପାତ୍ରଙ୍କୁ କାହିଁକି ହଟାଗଲା, ତାହା ମଧ୍ୟ ସାର୍ବଜନୀନ କରାଯାଉ।ଏଥିସହ ପୁରୀ ଜମିର ବଜାର ମୂଲ୍ୟ, ମୂଲ୍ୟାୟନ ରିପୋର୍ଟ ଓ ସମ୍ଭାବ୍ୟ ବିକ୍ରୟ ପ୍ରକ୍ରିୟା ସ୍ୱଚ୍ଛ ଭାବେ ପ୍ରକାଶ କରାଯିବା ଦାବି ହୋଇଛି।ଏହି ଘଟଣାରେ ସ୍ପଷ୍ଟତା ପାଇଁ ନିଗମର ଉପସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ର RCS, ଓଡ଼ିଶାଙ୍କୁ ପତ୍ର ଲେଖି ପରିଚାଳନା କମିଟିର ବୈଠକ ଡାକିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି।ସ୍ୱଚ୍ଛତା ପାଇଁ ଦାବିନିଯୁକ୍ତିର ବୈଧତା, ଜମିର ମୂଲ୍ୟାୟନ, ବିକ୍ରୟ ପ୍ରକ୍ରିୟା ଓ ପରିଚାଳନା କମିଟିର ଅନୁମୋଦନ ସମ୍ପର୍କିତ ସମସ୍ତ ତଥ୍ୟ ସାର୍ବଜନୀନ କରାଯାଉ।ସମବାୟର ମୂଲ୍ୟବାନ ସମ୍ପତ୍ତିର ସୁରକ୍ଷା ପାଇଁ RCS, ଓଡ଼ିଶା ତୁରନ୍ତ ହସ୍ତକ୍ଷେପ କରି ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରିବା ପାଇଁ ଦାବି ଜୋର ଧରିଛି
