ଯାଜପୁର: ଯାଜପୁର ଜିଲ୍ଲା ସଠିପୁରଠାରୁ ଯାଜପୁର ସଦର ପର୍ଯ୍ୟନ୍ତ ପ୍ରାୟ ୮ କିଲୋମିଟର ମଧ୍ୟରେ ପାଖାପାଖି ୨୮ କୋଟି ଟଙ୍କା ବ୍ୟୟରେ ୧୨ଟି ସେତୁ ନିର୍ମାଣକୁ ନେଇ ଅନିୟମିତତା ଓ ବେଆଇନ ନିର୍ମାଣର ଅଭିଯୋଗ ଉଠିଛି।ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦାୟୀ ବ୍ୟକ୍ତି ଓ ଅଧିକାରୀଙ୍କ ବିରୋଧରେ ବିଧିବଦ୍ଧ ଭାବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରି ଓଡ଼ିଶା ସୂଚନା ଅଧିକାର ଅଭିଯାନର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ଭିଜିଲାନ୍ସ ବିଭାଗରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।ପ୍ରତିନିଧିମଣ୍ଡଳୀ ପକ୍ଷରୁ ସମ୍ପୃକ୍ତ ସେତୁଗୁଡ଼ିକର ନିର୍ମାଣ ଅନୁମୋଦନ, ଟେଣ୍ଡର ପ୍ରକ୍ରିୟା, ଖର୍ଚ୍ଚ ହୋଇଥିବା ଅର୍ଥ ଏବଂ ନିର୍ମାଣର ଗୁଣବତ୍ତା ଆଦିର ଯାଞ୍ଚ କରିବାକୁ ଦାବି କରାଯାଇଛି।
