ଭୁବନେଶ୍ୱର | ୧ ଜାନୁଆରୀ ୨୦୨୬
ନୂଆ ବର୍ଷର ପ୍ରଥମ ସକାଳରେ ଓଡ଼ିଶାର ସମବାୟ ଓ କୃଷି କ୍ଷେତ୍ରକୁ ନେଇ “ସମବାୟ ସମ୍ବାଦ TV” ଡିଜିଟାଲ ମିଡିଆ ଜଗତରେ ନିଜର ପ୍ରବେଶ କରିଛି। ଦୀର୍ଘ ଦିନ ଧରି WhatsApp, Facebook ଓ X ପରି ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକମାନଙ୍କ ସହ ସଂଯୋଗ ରଖି ଆସୁଥିବା “ସମବାୟ ସମ୍ବାଦ” ଆଜି ଏକ ସଂପୂର୍ଣ୍ଣ ଡିଜିଟାଲ ମିଡିଆ ରୂପେ ଆଗକୁ ବଢ଼ିଛି। ଦର୍ଶକ ଓ ପାଠକମାନଙ୍କର ସ୍ନେହ, ସହଯୋଗ ଓ ଆଶୀର୍ବାଦରେ ଏହା ସମ୍ଭବ ହୋଇପାରିଛି। ଓଡ଼ିଶାର ସମବାୟ ଏବଂ କୃଷି କ୍ଷେତ୍ର ସମ୍ପର୍କିତ ସଠିକ୍ ସୂଚନା, ସତ୍ୟ ଖବର ଓ ଲୋକହିତକାରୀ ଆଲୋଚନା ପ୍ରସାରଣ କରିବା ହେଉଛି “ସମବାୟ ସମ୍ବାଦ TV”ର ପ୍ରମୁଖ ଲକ୍ଷ୍ୟ। ଏହି ଅବସରରେ “ସମବାୟ ସମ୍ବାଦ” ପରିବାର ପକ୍ଷରୁ ସମସ୍ତଙ୍କୁ ନୂଆ ବର୍ଷ ୨୦୨୬ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ପ୍ରଭୁ ଜଗନ୍ନାଥଙ୍କ କୃପାରେ ନୂଆ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସଫଳତା ଆଣୁ — ଏହି କାମନା କରାଯାଇଛି।
— ମୋନାଲିସା ଦାସ
ସମ୍ପାଦକ, ସମବାୟ ସମ୍ବାଦ TV
