ଭୁବନେଶ୍ୱର(ସସ):ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଉତ୍ସବ ନକରିବା ପାଇଁ ଘୋଷଣା ସତ୍ତ୍ୱେ, ଦଳର ଅନ୍ୟନେତା ତଥା କର୍ମୀମାନେ ବଡ଼ ଧୁମ୍ଧାମ୍ରେ ଉତ୍ସବ ପାଳନ କରି ମୁଖ୍ୟମନ୍ତ୍ରୀ ମୋହନ ବାବୁଙ୍କ ଘୋଷଣାକୁ ସିଧାସଳଖ ଅମାନ୍ୟ କରିଛନ୍ତି।ଏହା ଏକ ଦ୍ୱିଚାରିତା ନୁହେଁ କଣ?ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ସମସ୍ତେ ନିରବ ରହିବା ଉଚିତ୍ ଥିଲା, କିନ୍ତୁ କିଛି ଲୋକ ନିଜର ଆନନ୍ଦ ପାଇଁ ରାଜ୍ୟର ଅସ୍ମିତାକୁ ଅଣଦେଖା କରିଛନ୍ତି। ଏହା ଓଡ଼ିଶାର ଏକତା ଓ ନେତୃତ୍ୱର ଗୌରବକୁ ନେଇ ଏକ ପ୍ରଶ୍ନ ସୃଷ୍ଟି କରିଛି ଯାହା ଏବେ ଆଲୋଚନା ଏବଂ ଚର୍ଚ୍ଚା ର ବିଷୟ ପାଲଟିଛି l
