ଭୁବନେଶ୍ୱର: ଧାନ ଚାଷ ହୋଇଥିବା ଜମିର ପରିମାଣକୁ ଆଧାର କରି ପ୍ରଦାନ ତଥ୍ଯ ର ପଞ୍ଜିକରଣ ପରେ ରାଜ୍ୟ ସରକାର ଚାଷୀ ଙ୍କୁ ଧାନ ବିକ୍ରୀ ଟୋକନ ପ୍ରଦାନ ର ବ୍ୟବସ୍ଥା କରି ଛନ୍ତି ।ଏହି ପ୍ରକ୍ରିୟା ରେ ସ୍ବଚ୍ଛତା ଆଣିବା ପାଇଁ ସରକାର ସାଟେଲାଇଟ ସର୍ଭେ ର ମଧ୍ୟ ବ୍ୟବସ୍ଥା କରିଛନ୍ତି । ଚଳିତ ଖରିଫ ଋତୁ ର ସାଟେଲାଇଟ ସର୍ଭେ କୁ ନେଇ ଏବେ ସରକାର ଓ ଚାଷୀ ମୁହାଁ ମୁହିଁ ହୋଇଥିବା ନଜର କୁ ଆସୁଛି ।ଚାଷୀ ମାନେ ଦେଇ ଥିବା ସତ୍ୟପାଠ ଅନୁସାରେ ସମ ପରିମାଣ ଜମି ରେ ପ୍ରକୃତ ଧାନ ଚାଷ ହୋଇ ନ ଥିବା ସାଟେଲାଇଟ ସର୍ଭେ ରୁ ଜଣା ପଡ଼ିଥିବା ସରକାର କହୁ ଥିବା ବେଳ ଧାନ ବିକ୍ରି ଟୋକନ ନ ଦେବାକୁ ସଟଲାଇଟ୍ ସର୍ଭେ ଏକ ବାହାନା ବୋଲି ଚାଷୀ ଅଭିଯୋଗ କରିଛନ୍ତି ।ସୁଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟ ର ୩୦ଟି ଜିଲ୍ଲା ରେ ୨୬ ଲକ୍ଷ୍ୟ ୧୪ ହଜାର ୧୩୭ ଟି ପ୍ଲଟ ଭିତରୁ ୨୪ ଲକ୍ଷ୍ୟ ୯୪ହଜାର ୪୩୭ ଟି ପ୍ଲଟ ର ସର୍ବଖେଣ ଶେଷ ହୋଇଛି ।ସାଟ ଲାଇଟ ସର୍ଭେ ଅନୁସାରେ ପଂଜିକୃତ ପ୍ଲଟ ର ତଥ୍ଯ ବାହାର କରି ଏଥିରେ ଧାନ ଚାଷ ହୋଇଛି କି ନାହିଁ ଅନୁଧ୍ୟାନ ପରେ ସମବାୟ ବିଭାଗ ଚାଷୀ ମାନଙ୍କୁ ଧାନ ବିକ୍ରୀ ଟୋକନ ପ୍ରଦାନ କରୁଛି ବୋଲି କିଛି ବରିଷ୍ଟ ଅଧିକାରୀ କହିଛନ୍ତି ।
