ଭୁବନେଶ୍ୱର:ଅଭିଭାବକ ଓ ଯୁବସମାଜ ଙ୍କ ଉଦ୍ଦେଶ୍ୟରେ ଅଗ୍ନିଶମ ଡି.ଜି. ଡଃ ସୁଧାଂଶୁ ଷଡ଼ଙ୍ଗୀ, ଆଇପିଏସ ଙ୍କ ଅତ୍ୟନ୍ତ ଉପାଦେୟ ଆହ୍ୱାନ ।
ସଂପ୍ରତି ବାପା ମା’ ୨ଟି ଭୁଲ କରୁଛନ୍ତି। ପିଲାଟିଏ ପଡ଼ିଶା ଘର, ମାମୁଁ ଘର ଓ ବନ୍ଧୁବାନ୍ଧବଙ୍କ ସହ ମିଶିଲେ ସମ୍ପର୍କର ମହତ୍ତ୍ବ ଶିଖେ। ମାତ୍ର ଏବେ ପିଲାମାନଙ୍କୁ ଏ ସୁଯୋଗ ଦିଆଯାଉନାହିଁ। ମାଟିରେ ଖେଳିବା, ଗଛ ଚଢ଼ିବା ଓ ବିପଦକୁ ସାମ୍ନା କରିବାକୁ ଦିଆଯାଉନହିଁ। କେହି ଗଛକୁ ଚଢ଼ିବାକୁ ଚେଷ୍ଟା କଲେ ମଧ୍ୟ, ପଡ଼ିଯିବୁ କହି ଓହ୍ଳାଇ ଦିଆଯାଉଛି। ଏହା ପିଲାର ମସ୍ତିଷ୍କରେ ‘ଆତ୍ମ ନିୟନ୍ତ୍ରଣ’ କ୍ଷମତାକୁ ହ୍ରାସ କରୁଛି।କଥାକଥାକେ କାନ୍ଦୁଥିବା ପିଲାକୁ ଶାନ୍ତ କରିବାକୁ ମୋବାଇଲ ଧରାଇ ଦେଉଥିବାରୁ ତା ମନରେ ଡୋପୋମାଇନ (ନ୍ୟୁରୋ ଟ୍ରାନ୍ସମିଟର) ବଢ଼ୁଛି। ଏହା ତାକୁ ଆନନ୍ଦ ଦେଉଛି ବୋଲି ଆମେ ଭାବୁଛେ, କିନ୍ତୁ ଏହା ତାକୁ ଅଧିକ ବିଚଳିତ କରୁଛି। ତେଣୁ ଆମେ ଖେଳରୁ ଶିଖିବାକୁ ପିଲାକୁ ସୁଯୋଗ ଦେବା ନା ସୋସିଆଲ ମିଡିଆର ସାହାରା ନେବାକୁ ଉପଦେଶ ଦେବା ଏ ନିର୍ଣ୍ଣୟ ନେବାକୁ ସମୟ ଆହ୍ବାନ ଦେଇସାରିଛିl
ଯୁବସମାଜ ଙ୍କ ଉଦ୍ଦେଶ୍ଯରେ
ଝିଅମାନେ ନିଜ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି ଅନ୍ୟର ମତକୁ ଅପେକ୍ଷା କରୁଛନ୍ତି। ପୁଅମାନେ ଭିଡିଓଗେମ୍ ଓ ପର୍ଣ୍ଣୋଗ୍ରାଫିରେ ନିଜକୁ ବ୍ୟସ୍ତ ରଖୁଛନ୍ତି। ସୋସିଆଲ ମିଡିଆ ଏତେ ବ୍ୟସ୍ତ ରଖିଛି ଯେ ଆଉ ବଡ଼ଧରଣର ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳୁନାହିଁ। ବାପା’ମା ମାନେ ପିଲାମାନଙ୍କୁ ହଜେଇବା ଆରମ୍ଭ କଲେଣି। ଏଆଇ ଯୁଗରେ ପ୍ରବେଶ ପରେ ଆଗାମୀ ପୃଥିବୀ ଅସ୍ଥିର, ଜଟିଳ ଓ ଅସ୍ପଷ୍ଟ ଦେଖାଗଲାଣି। ଏହି ଆହ୍ବାନକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହ lଜ୍ଞାନ, ସମ୍ପର୍କ ଓ ସ୍ଥିତିକୁ ନେଇ ସଦା ନମ୍ର ରୁହ। ପରବର୍ତ୍ତିତ ଦୁନିଆ ସହ ତାଳ ଦେଇ ଜ୍ଞାନ ଆହରଣ କରିଚାଲ। ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ହୁଅ। ସୃଜନଶୀଳତା ତଥା ନୂଆ କିଛି କରିବାର ଅଭିପ୍ସା ରଖ l
