ଭୁବନେଶ୍ୱର:ରାଜ୍ୟ ମିଲର୍ଶ ସଂଘ ର ଦାବି କୁ ରାଜ୍ୟ ସରକାର ଏକ ପ୍ରକାର ଗ୍ରହଣ କରିଛନ୍ତି । ବୁଧବାର ସୁଦ୍ଧା 4ଦଫା ଦାବିରୁ ୨ ଟି ଦାବୀ ସମ୍ପର୍କ ରେ ଲିଖିତ ପ୍ରତିଶ୍ରୁତି ମିଳିବ । ଏହାପରେ ସଂଘ ଆନ୍ଦୋଳନ ରୁ ଓହରିବ ବୋଲି ସଂଘ ର ଜଣେ ବରିଷ୍ଠ ସଭ୍ୟ କହିଛନ୍ତି । ଏହି ପରିପ୍ରେକ୍ଷୀରେ ରେ ମଙ୍ଗଳ ବାର ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଧେଶକ କେ ସୂର୍ଦଶନ ଚକ୍ରବର୍ତ୍ତୀ ସବୁ ଜିଲ୍ଲା ମୂଖ୍ୟ ଯୋଗାଣ ଅଧିକାରୀ ଙ୍କୁ ଏକ ପତ୍ର ଲେଖି ଅବଗତ କରିଛନ୍ତି । ସେ ପତ୍ର ରେ ସେ ଦର୍ଶାଇଛନ୍ତି, ମିଲର୍ଶ ସଂଘ ପକ୍ଷରୁ ୨୦୨୩ -୨୦୨୪ ଏବଂ ୨୦୨୪-୨୦୨୫ ବର୍ଷ ଲାଗି ଧାନ ସଂରକ୍ଷିତ ଜନିତ ଖର୍ଚ୍ଚ ଦାବିକୁ ସରକାର ଅଗ୍ରାଧିକାର ଭିତ୍ତି ରେ ବିଚାର କରୁଛନ୍ତି । ଯୋଗାଣ ନିଗମ ପରିଚାଳନା ନିର୍ଦ୍ଧେଶକ ଙ୍କ ଏହି ପତ୍ର କୁ ନେଇ ଜିଲ୍ଲା ସ୍ତରରେ ଯୋଗାଣ ଅଧିକାରୀ ମାନେ ଧାନ ସଂଗ୍ରହ ଲାଗି ତତ୍ପରତା ଦେଖାଉ ଥିବା ଜଣା ପଡିଛି ।ସୁଚନାଯୋଗ୍ୟ ମଙ୍ଗଳବାର ପୂର୍ବାହ୍ନ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଏକ ଜରୁରୀ ବୈଠକ ଅନୁଷ୍ଟିତ ହୋଇଥିଲା । ବୈଠକ ରେ ସଂଘ ର ୪ ଦଫା ଦାବି କରିଥିଲା । ସେଥିରେ କଷ୍ଟମ 5ମିଲିଂ ଚାର୍ଜ ବଢେଇବା ସହିତ ଚା ଉଳ ପରି ବହନ ବାବଦ ଖର୍ଚ୍ଚ ବୃଦ୍ଧି କରିବାକୁ ରହିଥିଲା । ମାତ୍ର ସରକାର ଏଥି ମଧ୍ୟ ରୁ କେବଳ ୨୦୨୩-୨୦୨୪ ଆର୍ଥିକ ବର୍ଷ ର ଧାନ ସଂରକ୍ଷଣ ବାବଦ ଖର୍ଚ୍ଚ ବହନ କରିବାକୁ ରାଜି ହୋଇଥିବା ବେଳେ ୨୦୨୪-୨୦୨୫ ବର୍ଷ ର ଖର୍ଚ୍ଚ କେନ୍ଦ୍ର ସରକାରଂକ ଅନୁମତି ପାଇଁ ପଠାଇବାକୁ ରହିଛି । ତତ୍ ସହିତ ପୂର୍ବ ବର୍ଷ ଭଳି ପରିବହନ ଖର୍ଚ୍ଚ ଦେବାକୁ ସରକାର ଏକ ପ୍ରକାର ରାଜି ହୋଇଥିବା ସଙ୍ଘ ର ଜଣେ ବରିଷ୍ଟ ସଦସ୍ୟ କହିଛନ୍ତି ।
