ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଛି ଡାକ୍ତର ସଂଘ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ଡାକ୍ତର। ଦାବି ପୂରଣ ନେଇ ମନ୍ତ୍ରୀ ପ୍ରତିଶୃତି ଦେଇଥିବାବେଳେ ସକରାତ୍ମକ ଆଲୋଚନା ହୋଇଥିବା ଜଣା ପଡ଼ିଛି । ସୂଚନା ମିଳିଛି କି, ସଂନ୍ଧ୍ୟା ସୁଦ୍ଧା ସେମାନଙ୍କ ଦାବି ପୂରଣ ହୋଇପାରେ । ଯେଉଁ କାରଣରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ସୂଚନା ଥାଉ କି, ଡାକ୍ତରମାନେ ୧୮ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ସରକାର ସେମାନଙ୍କ ଦାବିକୁ ଶୀଘ୍ର ପୂରଣ କରନ୍ତୁ ବୋଲି ମଧ୍ୟ ଦାବି କରିଥିଲେ । ପ୍ରତିଦିନ ଡାକ୍ତରମାନେ ଓପିଡ଼ି ଛାଡ଼ି ୨ ଘଣ୍ଟା କାର୍ଯ୍ୟ ବନ୍ଦ ରଖୁଥିଲେ । ଡାକ୍ତରମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଥିଲେ । ମାତ୍ର ସ୍ବାସ୍ଥ୍ୟସେବା ଉପରେ ଏହାର ପ୍ରଭାବ ପଡ଼ିଥିଲା । ଏବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ସୂଚନା ଦେଇଛନ୍ତି ଓମସାର ସଭାପତି ଡାକ୍ତର କିଶୋର ମିଶ୍ର ।
