ଅନୁଗୁଳ: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଅନୁଗୁଳ ଆଠମଲ୍ଲିକ ତୁସର ଆରଆଇ ସୁରେନ୍ଦ୍ର ଦାଶ। ଏକ ଜମି ଡିମାର୍କେସନ ପାଇଁ ସେ ଲାଞ୍ଚ ମାଗିଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ସୂଚନା ଅନୁଯାଇ ଏକ ଜମି ଡିମାର୍କେସନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ ବାବୁ। ପ୍ରଥମେ ଏଥିପାଇଁ ୨ ହଜାର ଟଙ୍କା ନେଇଥିଲେ। ତେବେ ବାକିଥିବା ୮ ହଜାର ଟଙ୍କା ମାଗିଥିଲେ ଆରଆଇ। ପରେ ମୁଲଚାଲ ପରେ ୬ ହଜାର ଟଙ୍କାଦେବାକୁ କହିଥିଲେ। ବକେୟା ଲାଞ୍ଚ ନେଉ ଥିବାବେଳେ ତାଙ୍କୁ ଭିଜିଲାନ୍ସ ଧରିଛି।ଚଢ଼ାଉ ବେଳେ ସେ ଲାଞ୍ଚ ଟଙ୍କାକୁ ଅଫିସ କ୍ୟାମ୍ପସ ମଧ୍ୟରେ ଥିବା ଏକ ଶୌଚାଳୟ ଝରକାରୁ ବାହାରକୁ ଫୋପାଡ଼ି ଦେଇଥିଲେ। ହେଲେ ସମସ୍ତ ଟଙ୍କାଙ୍କୁ ଭିଜିଲାନ୍ସ ଜବତ କରିଥିଲା। ଧରାପଡିବା ପରେ ଆରଆଇଙ୍କ ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ।
