ଭୁବନେଶ୍ୱର: ଡିଜିଟାଲ ଗଭର୍ଣ୍ଣାସରେ ସୁଧାର ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଏଣିକି ପ୍ରଶାସନିକ କାମରେ ବ୍ୟବହାର ହେବ ସ୍ବଦେଶୀ ଇମେଲ୍ । ଯାହାକୁ ଡେଭଲପ କରିଛି ଓକାକ । କେବଳ ମେଲ୍ ନୁହେଁ ଭିଡିଓ କଂଫ୍ରେସ ପାଇଁ ବି ଆଳାପ ନାମରେ ଏକ ସ୍ବଦେଶୀ ସିଷ୍ଟମକୁ ଡେଭଲପ କରିଛି ଓକାକ । ଯାହାକୁ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଏହା ଦ୍ୱାରା ସମସ୍ତ ସରକାରୀ ତଥ୍ୟ ସୁରକ୍ଷୀତ ରହିବ ବୋଲି କୁହାଯାଇଛି । ଏହାର ଡାଟା ସେଣ୍ଟର ଓଡ଼ିଶାରେ ରହିବାକୁ ଥିବାବେଳେ ବ୍ଲକ, ଜିଲ୍ଲାସ୍ତରରୁ ରାଜ୍ୟସ୍ତର ଯାଏଁ ସମସ୍ତ ଅଧିକାରୀ ଏହାକୁ ବ୍ୟବହାର କରିବେ । ଏନେଇ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ୍ ସଚିବ, ସଚିବଙ୍କ ସହ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ । ରାଜ୍ୟର ସମସ୍ତ ଅଧିକାରୀଙ୍କୁ @odisha.Gov.in ରେ ମେଲ ଆଇଡି ବନେଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ବୈଠକ ଆଳାପ ନାମକ ଭିଡିଓ କଂଫ୍ରେନସିଂ ସିଷ୍ଟମ ଡେଭଲପ କରାଯାଇଛି । ପୁରୁଣା କାଗଜ ଡାଏରୀ ବଦଳରେ ଇ-ଡାଏରୀ ବ୍ୟବହାର କରାଯିବ । ଅଧିକାରୀମାନେ ରୁଟିନ କାର୍ଯ୍ୟସୂଚୀ ପ୍ରଦାନ କରିବେ । ଏହାସହ ଅଧିକାରୀମାନେ ସ୍ମାର୍ଟ ଫୋନରେ ମଧ୍ୟ ସହଜରେ ବ୍ୟବହାର କରିପାରିବେ । ଓକାକ ପକ୍ଷରୁ 2 ଟି help desk ରହିବ । ଏହା ଦ୍ୱାରା ଡାଟା ସୁରକ୍ଷିତ ରହିବ ଏବଂ ଅନ୍ୟ ହୋଷ୍ଟିଙ୍ଗ ପ୍ଲାଟଫର୍ମ ଉପରେ ନିର୍ଭର କରବାକୁ ପଡ଼ିବନି ।
