ଭୁବନେଶ୍ୱର: ମିଳିଲା ସାଙ୍ଘାତିକ ତଥ୍ଯ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କୁ ବେଖାତିର କରିଛନ୍ତି CGM I/C ଶ୍ରୀ ଅଚ୍ୟୁତାନନ୍ଦ ପାତ୍ର । ସାମ୍ନା କୁ ଆସିଲା ରାଜ୍ୟ ସମବାୟ ବ୍ୟାଙ୍କରେ ମହା କେଳାଙ୍କରି ! କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକର ଚେକ ବାଉନ୍ସ ଘଟଣାକୁ ନେଇ NPCI କୁ ୧୯ ତାରିଖ ସଂଧ୍ୟା ୭ଟା ୦୬ ମିନିଟ ରେ ₹୧୦,18,୦୦୦ (ଦଶ ଲକ୍ଷ ଅଠର ହଜାର) ଟଙ୍କା ଫାଇନ ପ୍ରଦାନ କରାଯାଇଛି ଓ ୨୦ ତାରିଖ ରେ ଆଉ ଏକ ଲକ୍ଷ୍ୟ ଟଙ୍କା ଫାଇନ ଦିଆଯାଇଛି?କାହା ନିର୍ଦେଶରେ ଏହି ଫାଇନ ଦିଆଗଲା ? ପରିଚାଳନା ନିର୍ଦେଶକ ଓ ପରିଚାଳନା କମିଟିଙ୍କ ଲିଖିତ ଅନୁମତି ଥିଲା କି? ଏହି ଘଟଣାକୁ ନେଇ ସମବାୟ ମହଳରେ ଚର୍ଚ୍ଚା “ଅଚ୍ୟୁତାନନ୍ଦ ପାତ୍ର ଙ୍କ ପେଡି” ଖୋଲିଛି । ଏ ବେନିୟମ କାରବାର ପଛ ରେ କିଏ କିଏ ଅଛନ୍ତି ? ରାଜଧାନୀ ଭୁବନେଶ୍ଵର ର ଛାତି ତଳେ ଚାଲୁଛି ମହା ଦୁର୍ନୀତି । ଯେଉଁ ବ୍ୟାଙ୍କ ରେ ନିଜେ ସମବାୟ ନିବନ୍ଧକ, ଓଡ଼ିଶା ପରିଚାଳନା ନିର୍ଦେଶକ ଅଛନ୍ତି । ଏ ଅନୀମିୟତା ବିଷୟ ରେ ପରିଚାଳନା ନିର୍ଦେଶକ ଅବଗତ ଅଛନ୍ତି ତ ?ସବୁଠାରୁ ଦୁଃଖ ର ବିଷୟ ରାଜ୍ୟ ସମବାୟ ବିଭାଗ ଅଧିନରେ ଗୋଟାଏ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କ।ସେଥିରେ ATM ଉଠାଣ ଓ ଡ଼ିସପୁଟ ସମାଧାନ ପାଇଁ ୫କୋଟି ର ବଜେଟ ।ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ କରି ରାଜ୍ୟ ସମବାୟ ବ୍ୟାଙ୍କ କୁ ବଞ୍ଚାଇବା ପାଇଁ ଜମାକାରୀ ମହଲ ରେ ଦାବି ହେଉଛି ।ଆଜି ନିଖିଳ ଓଡ଼ିଶା ସମବାୟ ବିତ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଅଭିଯୋଗ ପତ୍ର ଦିଆଯାଇଛି। ଖୁବ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ଥାନା FIR ଦିଆଯିବ ବୋଲି ସଂଘ ର ଅଧକ୍ଷ ଶ୍ରୀ ରଞ୍ଜନ କୁମାର ଦାସ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି ।
