ଭୁବନେଶ୍ୱର :ଚଳିତ ମାସ ୧୧ ତାରିଖରେ ପୋଖରୀପୁଟ ସ୍ଥିତ ରାଜ୍ୟ ଜବାହର ବାଲ ଭବନଠାରେ ତୃତୀୟ ଜିଲ୍ଲା ସ୍ତରୀୟ କରାଟେ ଚାମ୍ପିୟନସିପ୍ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି,ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଏବଂ ବିଦ୍ୟାଳୟ ରୁ ୨୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଏବଂ ୨୬ କର୍ମକର୍ତ୍ତା ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଆ ସିନେମା ଓ ଧାରାବାହିକ କଳାକାର ଶ୍ରୀଯୁକ୍ତ ଉଦୟ ଭାନୁ ମହାପାତ୍ର ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।ISKOI ଓଡ଼ିଶାର ସଭାପତି ଶ୍ରୀ ଶୁଭେନ୍ଦୁ ସାମନ୍ତରାୟ, ସମ୍ପାଦକ ସୁଧାଂଶୁ କୁମାର ପଣ୍ଡା ଏବଂ ସହ ସମ୍ପାଦକ ଶରତ କୁମାର ଦାସ୍ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।ରାଜ୍ୟ ଜବାହର ବାଲ୍ ଭବନ ର ଅଧ୍ୟକ୍ଷ ଶ୍ରୀ ସ୍ଵପ୍ନେନ୍ଦୁ ସାମନ୍ତରାୟ ଏବଂ ଶ୍ରୀମତି ମଧୁମିତା ମହାପାତ୍ର ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ।
karate
