ଭୁବନେଶ୍ୱର : ରାଜ୍ୟ ଶିକ୍ଷା ବିଭାଗ ର ଏ ବିଚିତ୍ର ଅବସ୍ଥା କୁ ଦେଖିଲେ ଲାଗୁଛି,ଏ କଣ ଡବଲ ଇଞ୍ଜିନ ସରକାର ! ଆଜି ଖୋଦ୍ ରାଜଧାନୀ ରେ ରାଜ୍ୟ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡିଛି । ଶିକ୍ଷା ନାଁ ରେ ଚାଲିଛି ବେପାର! ନୀରବ ଦ୍ରଷ୍ଟା ସାଜିଥିବା ଶିକ୍ଷା ବିଭାଗ ଚୁପ କାହିଁକି ? ପୂର୍ବରୁ ଘୋଷିତ ନିୟମ ରେ ତାଲା l କେବେ ଫିଟିବ ଚାବି ? ଫି କମିଟି ରିପୋର୍ଟ ଫାଇଲ କୁଆଡେ ଗଲା ? ଫେବୃଆରି ମାସ ରେ ଆରମ୍ଭ ହେବ ସିବିଏସଇ ମ୍ୟାଟ୍ରିକ ପରୀକ୍ଷା I ପରୀକ୍ଷା ପୁର୍ବରୁ ସ୍କୁଲରେ କେମିତି +୨ ଆଡ଼ମିସନ ହେଉଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି l ଭୁବନେଶ୍ୱରର ଏବେ କିଛି ସ୍କୁଲ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲର ଇଣ୍ଟରନାଲ ମାର୍କ ଦେଖି କିଏ ବିଜ୍ଞାନ ଓ କିଏ ବାଣିଜ୍ୟ ପଢିବ ସେ ନେଇ ତାଲିକା ପ୍ରସ୍ତୁତି କଲେଣି l ସେଥିପାଇଁ ଏକ ନୋଟିସ ଜାରି କରି ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଦିଆ ଯାଉଛି । ଯଦି ସ୍କୁଲ ଇଣ୍ଟରନାଲ ପରୀକ୍ଷା ଦ୍ୱାଦଶ ଶ୍ରେଣୀର ମାନଦଣ୍ଡ, ତେବେ ବୋର୍ଡ ପରୀକ୍ଷା କଣ ପାଇଁ ହେଉଛି ତାହା ଏବେ ବଡ଼ ପ୍ରଶ୍ନବାଚି l କୌଣସି କାରଣବଶତଃ ପିଲା ଟି ଦୁଇ ମାସ ମଧ୍ୟରେ ବୋର୍ଡ ପରୀକ୍ଷା ରେ ଭଲ ନମ୍ବର ରଖିବ କି ନାହିଁ, ତାର ଗ୍ୟାରେଣ୍ଟି କିଏ ଦେବ ? ବୋର୍ଡ ପରୀକ୍ଷା ପୁର୍ବରୁ ଛାତ୍ର, ଛାତ୍ରୀ ମାନଙ୍କୁ ମାନସିକ ସ୍ତରରେ ଦିଆ ଯାଉଛି ଯନ୍ତ୍ରଣା। ସବୁ ଶିକ୍ଷା ବିଭାଗ ର ବଡ଼ବାବୁ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶ ରେ ଚାଲିଛି ବୋଲି ଅଭିଯୋଗ ହେଉଛି। ଜିଲାପାଳଙ୍କ ନିର୍ଦ୍ଦେଶ ନାହିଁ ! ଶିକ୍ଷା ନିର୍ଦ୍ଦେଶକ ମୋଟା ଅଙ୍କର ଅର୍ଥ ନେଇ ସବୁ ଜାଣି ଅଜଣା ଚାଉଳ ରେ ଭାତ ଖାଉଛନ୍ତି । କେବେ ବଦଳିବ ଏ ବେଆଇନ ଶିକ୍ଷା ବ୍ୟବସ୍ଥା ? ଖୁବ ଶିଘ୍ର NHRC, ରେ ଏହି ଗୋଲକ ଧନ୍ଦା ବିରୁଦ୍ଧରେ କେଶ ଦାୟର କରାଯିବ ବୋଲି କିଛି ଶିକ୍ଷାବିତ୍ ଜଣlଇଛନ୍ତି l
