ଭୁବନେଶ୍ୱର: ସାଲିଆସାହିରେ ମୁକୁଳା ଡ୍ରେନରେ ଖସିପଡି ଯୁବକଙ୍କ ମୃତ୍ୟୁ ଘଟିଛି। ନୂଆ ରାସ୍ତା ପାଇଁ ତିଆରି ହେଉଥିବା ଡ୍ରେନ୍ରେ ପଡ଼ି ଚାଲିଯାଇଛି ଯୁବକଙ୍କ ଜୀବନ । ବିଏମସି ତରଫରୁ ନୂଆ ରାସ୍ତା ପାଇଁ ପ୍ରସ୍ତୁତ ହେଉଥିବା ରାସ୍ତା କଡ ଡ୍ରେନରେ ଗୋଡ ଖସିଯିବାରୁ ମୁକୁଳା ଡ୍ରେନରେ ପଡିଯାଇଥିଲେ ସାଲିଆ ସାହି ବସ୍ତିର ସିନୁ ଗାଗରାଇ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୀଡ଼ିତ ପରିବାରଙ୍କୁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
