ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ବସ ବ୍ଲକ୍ରୁ ଜିଲ୍ଲା ହେଡ୍ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ବସ ସେବା ବନ୍ଦ କରିବାକୁ ଘରୋଇ ବସ ମାଲିକ ସଂଘ ଦାବି କରିଛନ୍ତି।ଆସନ୍ତା ୨୩ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ଚେତାବନୀ ଦେଇଛନ୍ତି ମାଲିକ ସଂଘ। ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ। ‘ସମାଧାନ ନହେଲେ ୨୪ରୁ କଟକରେ ସମସ୍ତ ଘରୋଇ ବସ ବନ୍ଦ ରହିବ। କଟକକୁ ବାହାରୁ କୌଣସି ବସ ଆସିବାକୁ ଦିଆଯିବ ନାହିଁ। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ମଧ୍ୟ ଦେବ ଘରୋଇ ବସ ମାଲିକ ସଂଘ’।
