ଭୁବନେଶ୍ୱର: ସୈନିକ ସ୍କୁଲ ବଞ୍ଚାଅ ଓ ଅଳିଆ ଗଦା ହଟାଅ ଅଭିଯାନ ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ ବୈଠକ ରେ ଆସନ୍ତା ୨୭ ତାରିଖରେ ବିଏମସି ଅଫିସ ସମ୍ମୁଖରେ ଧାରଣା ଦେବlକୁ ନିଷ୍ପତି ନିଆଯାଇଛି l ଦୀର୍ଘ ଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ଦାବୀ, ଧାରଣା, ଧର୍ମଘଟ, ଅନଶନ ଆଦି ନିରନ୍ତର ପ୍ରୟାସ ପରେ ଗlଡ଼କଣ ବେଆଇନ ଅଳିଆ ଗଦା ପାଇଁ ପ୍ରଦୂଷଣ ବୋର୍ଡ ବହୁ ବିଳମ୍ବରେ ଏକ ତାଗିଦ ଭରା ଚିଠି ଲେଖି ତାଙ୍କୁ ସମୟ ଅବଧି ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ତାଗିଦ କରିଛନ୍ତି l ବିଏମସି କୁ ଜରିମାନା ଓ ଦଣ୍ଡ ଦେବା ପରିବର୍ତ୍ତେ ଧର୍ମକୁ ଆଖିଠାର ଭଳି କେବଳ ଏକ ତାଗିଦ ଯୁକ୍ତ ଚିଠି କରି ଦେଇ ଚୁପ ବସି ପଡିଛି l ହେଲେ ଅଭିଯାନକମିଟି ଏଥିରେ ଚୁପ ହୋଇ ବସିନି l ଆଜି ମଧ୍ୟ ବିଏମ ସି କମିଶନରଙ୍କୁ ଏକ ଚିଠି ଲେଖି ସାତ ଦିନ ସମୟ ଦେଇଛି ଅଭିଯାନ କମିଟି ନଚେତ ଧାରଣା ପାଇଁ ପ୍ରସ୍ତୁତ ରହିବାକୁ କହିଛି l ଅଭିଯାନ କମିଟିର ଦାବୀ ଅନୁଯାଇ ଟିଟିଏସ୍ ବା ଡମ୍ପିଂୟାର୍ଡକୁ ତୁରନ୍ତ ସମ୍ପୂର୍ଣ୍ଣ ବନ୍ଦ କରିବା ବା ସ୍ଥାୟୀ ସ୍ଥାନାନ୍ତର ପର୍ଯ୍ୟନ୍ତ ଆଉ କୌଣସି ଅଳିଆ ଡମ୍ପିଂ ହେବ ନାହି l ୨:- ୭ ଦିନ ମଧ୍ୟରେ ସୈନିକ ସ୍କୁଲ ବଞ୍ଚାଅ ଓ ଅଳିଆ ଗଦା ହଟାଅ ଅଭିଯାନର କର୍ମକର୍ତ୍ତା, ପ୍ରଭାବିତ ବାସିନ୍ଦା, , ନାଗରିକ ସମାଜ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ପ୍ରତିନିଧି ମଣ୍ଡଳୀ ନେଇ ଗଡ଼କଣ ଅଳିଆ ଗଦା ଠାରେ ଏକ ନିରପେକ୍ଷ ସରଜମିନ ତଦନ୍ତ ହେଉ l ୧୫ ବର୍ଷ ମଧ୍ୟର ଅଳିଆ ଗଦା ଯୋଗୁଁ ବାୟୁ ଓ ଜଳ ପ୍ରଦୂଷଣ ଯୋଗୁଁ ପ୍ରାଣ ହରାଇଥିବା ଓ ରୋଗଗ୍ରସ୍ତ ସମସ୍ତ ବ୍ୟକ୍ତିବା ପ୍ରଭାବିତ ପରିବାରକୁ ପର୍ଯ୍ୟାପ୍ତ ଏବଂ ଦୃଷ୍ଟାନ୍ତମୂଳକ କ୍ଷତିପୂରଣ ପ୍ରଦାନ କରନ୍ତୁ l ୩ :- ଆଜି ପର୍ଯ୍ୟନ୍ତ ଏହି ବେଆଇନ ପ୍ରଦୂଷଣ ପାଇଁ ପ୍ରଦୂଷଣ ନିୟମ ଅନୁଯାଇ BMC ଉପରେ ଘଣ୍ଟା ପ୍ରତି ଆକଳନ କରି ପରିବେଶଗତ କ୍ଷତିପୂରଣ ଏବଂ ଜରିମାନା ଆଦାୟ ହେଉ l ୪ :-ବି ଏମ ସି ର ମୁଖ୍ୟ ହିସାବରେ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଦାୟିତ୍ୱ ରେ ଥୁବା ସବୁ କମିଶନରଙ୍କ ଠାରୁ ବ୍ୟକ୍ତିଗତ ଭାବରେ ତାଙ୍କଠୁ ସମ୍ପୂର୍ଣ୍ଣ କ୍ଷତିପୂରଣ ରାଶି ଆଦାୟ କରl ଯାଉ ବୋଲି ଅଭିଯାନ କହିଛି l ଯେହେତୁ ବି ଏମ ସି ଯେଉଁ ପଇସା ଦେବ ତାହା ସାଧାରଣ ଲୋକଙ୍କ ଟିକସ ପଇସା l ଏହି ଭୁଲ ପାଇଁ ପୂର୍ବରୁ ଯେଉଁ କମିଶନର ମାନେ ଥିଲେ ସେମାନେ ଦାୟୀ ତେଣୁ ପୂର୍ବ କମିଶନର ଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ ବୋଲି ଆଜିର ବୈଠକ ରେ ନିଷ୍ପତି ହୋଇଛି l
