ଭୁବନେଶ୍ୱର: ଆଜି ରାଜ୍ୟ ସମବାୟ ବିଭାଗଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସମବାୟ ୟୁନିଅନ ପକ୍ଷରୁ “ମତଦାତା ଙ୍କ ସଂକଳ୍ପ” ଦିବସ ପାଳନ କରାଯାଇଥିଲା । ୟୁନିଅନ ସଭାପତି ପ୍ରଭାସିନୀ ଷଡ଼ଙ୍ଗୀ ସମସ୍ତ କର୍ମଚାରୀମାନଙ୍କ ଗହଣରେ ଶପଥ ପାଠ କରାଇଥିଲେ । ଆଜିର ଦିନରେ ଆମେ ଶପଥ ନେଉଛୁ କି —–
” ଆମେ ଭାରତର ନାଗରିକ ବୃନ୍ଦ, ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଅସ୍ତା ରଖି ଏହି ଶପଥ ନେଉଛୁ କି ଆମେ ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବୁ ତଥା ମୁକ୍ତ, ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗାରିମାକୁ ଅକ୍ଷୁର୍ଣ୍ଣ ରଖି, ନିର୍ଭୀକ ହୋଇ, ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଟି ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାରର ପ୍ରୟୋଗ କରିବୁ ର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଟିତ ହୋଇଯାଇଛି ।
