ଛତିଶଗଡ଼: ଛତିଶଗଡ଼ର ବାକୁଲାହିର ରିଅଲ୍ ଷ୍ଟିଲ୍ ପ୍ଲାଣ୍ଟରେ ଡିଏସ୍ସି କୋଇଲା ଭାଟିରେ ହଠାତ୍ ବିସ୍ଫୋରଣ ହେବାରୁ ୭ ଜଣ ଶ୍ରମିକଙ୍କ ଜୀବନ ଯାଇଛି । ବିସ୍ଫୋରଣ ସମୟରେ ଶ୍ରମିକମାନେ ଭାଟି ଚାରିପାଖର ସଫା କରୁଥିଲେ ଏବଂ ଗରମ କୋଇଲା ଯୋଗୁଁ ସେମାନେ ପୋଡ଼ି ଯାଇଥିଲେ । ବିସ୍ଫୋରଣରେ ଅନେକ ଶ୍ରମିକ ଆହତ ହୋଇଛନ୍ତି, ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ପହଞ୍ଚି ନିଆଁ ଲିଭାଇଥିଲେ । ବିସ୍ଫୋରଣଟି ଶକ୍ତିଶାଳୀ ଥିଲା । ନିପାଣିଆ ପୁଲିସ ଏବଂ ଭାଟାପାରା ଗ୍ରାମୀଣ ପୁଲିସ ଘଟଣାର ତଦନ୍ତ କରୁଛନ୍ତି । ପୁଲିସ ଘଟଣାସ୍ଥଳକୁ ଘେରାବନ୍ଦୀ କରି ପ୍ରତ୍ୟକ୍ଷଦର୍ଶୀଙ୍କ ସହ ଆଲୋଚନା କରୁଛି । ପ୍ରାଥମିକ ତଦନ୍ତରୁ ସୁରକ୍ଷା ମାନଦଣ୍ଡରେ ଅବହେଳା ସନ୍ଦେହ ସୃଷ୍ଟି ହୋଇଛି । ଦୁର୍ଘଟଣା ପରେ ସବୁଠାରୁ ଗମ୍ଭୀର ଘଟଣା ହେଉଛି ଯେ, ପ୍ଲାଣ୍ଟ ପରିଚାଳନା ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଏଥିସହ ମୃତକଙ୍କ ସଠିକ୍ ସଂଖ୍ୟା ନିଶ୍ଚିତ କରିନାହିଁ କିମ୍ବା ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନାହିଁ ।
