ଭୁବନେଶ୍ୱର:ପୁଣି ରକ୍ତ ରଞ୍ଜିତ ହେଇଛି ରାଜଧାନୀ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ବରରେ ଘଟିଛି ତୁମୁଳ କାଣ୍ଡ । ଡମଣା ଏବଂ ହାଉସିଂ ବୋର୍ଡ ପିଲାଙ୍କ ମଧ୍ୟରେ ହୋଇଛି ଗୋଷ୍ଠୀ ସଂଘର୍ଷ । ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣି ପକେଇଛନ୍ତି ଦୃବୃତ୍ତ ମାନେ । ରାସ୍ତା ମଝିରେ ଯୁବକଙ୍କୁ ଚୋଟ ଉପରେ ଚୋଟ ପକାଇଛନ୍ତି ଅନ୍ୟ ଏକ ଗୋଷ୍ଠୀର ଯୁବକ । ଏହି ଆକ୍ରମଣ ଫଳରେ ଜଣେ ଯୁବକ ଗୁରୁତର ଭାବରେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ୍ ।
