ଭୁବନେଶ୍ୱର:ଏକ ବର୍ଣ୍ଣାଢ଼୍ୟ ପରିବେଶରେ କୃଷି ଓଡ଼ିଶା-୨୦୨୬ ଉଦଯାପିତ ହୋଇଯାଇଛି। ତିନି ଦିନ ଧରି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଚାଲିଥିବା କୃଷି ମହାପର୍ବର ଉଦଯାପନୀ ଉତ୍ସବରେ ସାମିଲ ହୋଇ ମାନ୍ୟବର ରାଜ୍ୟପାଳ ବୈଜ୍ଞାନିକ ପଦ୍ଧତି ତଥା ସମାବେଶୀ କୃଷି ନେଇ ଚାଷୀମାନଙ୍କୁ ଦିଗଦର୍ଶନ ଦେଇଥିଲେ। ମାନ୍ୟବର ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ ଏଥିରେ ସାମିଲ ହୋଇ କୃଷକମାନଙ୍କ ଉନ୍ନତି କଳ୍ପେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସାରା ରାଜ୍ୟରୁ ଆସିଥିବା ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
