ଭୁବନେଶ୍ୱର:୭୭ତମ ସାଧାରଣତନ୍ତ୍ର ଦିବସ ପାଳନର ପୂର୍ବ ମୁହୂର୍ତ୍ତରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା “ବିକଶିତ ଭାରତ–ବିକଶିତ ଓଡ଼ିଶା” ଭଳି ସ୍ଲୋଗାନ କୁ ପ୍ରଶ୍ନର ସାମ୍ନାକୁ ଆଣିଦେଇଛି।ଏହି ଘଟଣାର କେନ୍ଦ୍ର ବିନ୍ଦୁରେ ଅଛନ୍ତି ଏକ ରିକ୍ସା ଚାଳକ—ବାବୁ ଲୋହୋର। ଗୁରୁତର ଚିକିତ୍ସା ପାଇଁ ସେ ସମ୍ବଲପୁରରୁ କଟକ ବଡ଼ ମେଡିକାଲ ପର୍ଯ୍ୟନ୍ତ ଆସିଥିଲେ। ଚିକିତ୍ସା ସମାପ୍ତ ପରେ ପୁଣି କଟକରୁ ସମ୍ବଲପୁର—ଏଭଳି ଭାବେ ୯ ଦିନ ମଧ୍ୟରେ ପ୍ରାୟ ୩୦୦ କିଲୋମିଟରର ଯାତ୍ରା କରିବାକୁ ସେ ବାଧ୍ୟ ହୋଇଥିଲେ।ଏତେ ଯନ୍ତ୍ରଣା ସତ୍ତ୍ୱେ ଫେରିବା ବେଳେ ଗାଡ଼ି ସହ ଧକ୍କା ଘଟିବା ଘଟଣା ତାଙ୍କ ଦୁର୍ଦ୍ଦଶାକୁ ଆଉ ଅଧିକ ଗଭୀର କରିଦେଇଛି। ଏହାକୁ ଦେଖି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି—ଭଗବାନଙ୍କର ଏ କି ବିଚିତ୍ର ଲୀଳା, ନା ପ୍ରଶାସନର ଚୂଡ଼ାନ୍ତ ବିଫଳତା ?ସମଗ୍ର ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏବର୍ଷ ୧୧୩ ଜଣଙ୍କୁ ପଦ୍ମଶ୍ରୀ ଓ ୫ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନ ଦିଆଯିବ। ଓଡ଼ିଶା ପାଇଁ ଗର୍ବର କଥା—ଦେଶର ରାଷ୍ଟ୍ରପତି ଓଡ଼ିଶାର ସୁକନ୍ୟା।ଏମିତି ସମୟରେ, ଶାସନ ଓ ପ୍ରଶାସନର ଅଦୃଶ୍ୟ ଅସଫଳତାକୁ ନିଜ ଯନ୍ତ୍ରଣା ଓ ସଂଘର୍ଷ ମାଧ୍ୟମରେ ସାମ୍ନାକୁ ଆଣିଥିବା ବାବୁ ଲୋହୋର ଆଜି ସାଧାରଣ ଲୋକଙ୍କ ଆଖିରେ ଏକ ପ୍ରତୀକ।ଏହି କାରଣରୁ ସାରା ଓଡ଼ିଶାରୁ ଦାବି ଉଠୁଛି—ବାବୁ ଲୋହୋରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଉ, କାରଣ ସେ ନିଜ ଜୀବନ ସଂଘର୍ଷ ମାଧ୍ୟମରେ ବ୍ୟବସ୍ଥାର ଆଖି ଖୋଲିଦେଇଛନ୍ତି।
