ମାନିଲା:ଫିଲିପାଇନ୍ସର ଦକ୍ଷିଣ ଉପକୂଳରେ ୩୫୦ରୁ ଅଧିକ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବା ରୁ ୧୮ ଜଣଙ୍କର ମୃତ୍ୟୁ ହୋଇଛି।ଫିଲିପାଇନ୍ସ ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ, ଏମ୍ଭି ତ୍ରିଶା କର୍ଷ୍ଟିନ-୩ ଜାହାଜରେ ଥିବା ୩୧୭ ଜଣଙ୍କୁ ସନ୍ଧାନକାରୀ ଦଳ ଉଦ୍ଧାର କରିଛନ୍ତି, ଅତି କମ୍ରେ ୨୪ ଜଣ ଏବେ ବି ନିଖୋଜ ଅଛନ୍ତି। ଜାହାଜଟି ଉଭୟ ଏକ ମାଲବାହୀ ଏବଂ ଯାତ୍ରୀବାହୀ। ଦକ୍ଷିଣ ଦ୍ୱୀପ ମିଣ୍ଡାନାଓରୁ ଜୋଲୋ ଦ୍ୱୀପକୁ ଯାଉଥିବା ସମୟରେ ସୋମବାର ସ୍ଥାନୀୟ ସମୟ ୧:୫୦ରେ ଏହି ଅଘଟଣ ଘଟିଛି।କର୍ତ୍ତୃପକ୍ଷ କହିଛନ୍ତି, ସେମାନେ ବୁଡ଼ିବାର କାରଣ ତଦନ୍ତ କରୁଛନ୍ତି।
