ମୁମ୍ବାଇ :ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମୁମ୍ବାଇରେ ଏକ କ୍ୟାବିନେଟ ବୈଠକରେ ଯୋଗ ଦେବା ପରେ, ଅଜିତ ପାୱାର ଏକ ଘରୋଇ ଚାର୍ଟର୍ଡ ବିମାନରେ ବାରାମତି ଯାତ୍ରା କରୁଥିଲେ । ସେହି ସମୟରେ ବିମାନ ଦୁର୍ଘଟଣା ଘଟିଥିଲା, ବିମାନ ଦୁର୍ଘଟଣାରେ ମୋଟ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ସମ୍ବାଦ ସଂସ୍ଥା ପିଟିଆଇ ଅଜିତ ପାୱାରଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି ।ସୂଚନା ଅନୁଯାୟୀ, ବାରାମତୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଚାର୍ଟର୍ଡ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଜିତ ପାୱାର ଫେବୃଆରୀ ୫ ତାରିଖରେ ପୁଣେ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ପରିଷଦ ନିର୍ବାଚନ ସହ ଜଡିତ କାର୍ଯ୍ୟକ୍ରମ ପାଇଁ ବାରାମତୀ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି । ଦୁର୍ଘଟଣାର କିଛି ମିନିଟ୍ ପୂର୍ବରୁ, ଅଜିତ ପାୱାର ମହାନ ସ୍ୱାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ।
