ଭୁବନେଶ୍ୱର:ରାଜ୍ୟ ସମବାୟ ନିବନ୍ଧକ, ଓଡ଼ିଶାଙ୍କ କାର୍ଯ୍ୟାଳୟରେ RTI ଆଇନ ଓ ନିୟମକାନୁନ ସମ୍ପର୍କରେ ଅଜ୍ଞାତ ଥିବା ଜଣେ ବ୍ୟକ୍ତିଙ୍କୁ 1st Appellate Authority ଭାବେ ନିଯୁକ୍ତ କରାଯାଇଥିବା ଘଟଣାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ସମବାୟ ବିଭାଗରେ ଏହାକୁ ନେଇ ଭାରି ଚର୍ଚ୍ଚା ଜୋର ଧରିଛି।ତଥ୍ୟ ଅନୁଯାୟୀ, ଜଣେ ବ୍ୟକ୍ତି ଶ୍ରୀ ରଞ୍ଜନ କୁମାର ଦାସ RTI ଆଇନ ୨୦୦୫ ଅନୁସାରେ କିଛି ସୂଚନା ମାଗିଥିଲେ। ସମସ୍ତ ପ୍ରଶ୍ନର ସଠିକ ଉତ୍ତର ନ ମିଳିବାରୁ ସେ 1st Appeal ଦାଖଲ କରିଥିଲେ।ଏହି ଆପିଲ୍ ଶୁଣାଣି ପାଇଁ ଦାୟିତ୍ୱରେ ଥିବା ଯୁଗ୍ମ ନିବନ୍ଧକ ଶ୍ରୀ ପ୍ରମୋଦ କୁମାର ସାହୁ ୨୦ ତାରିଖ ସକାଳ ୧୧.୩୦ରେ ଶୁଣାଣି ନିମନ୍ତେ ଡାକିଥିଲେ। କିନ୍ତୁ ଶୁଣାଣି ଦିନ ସେ ନିଜେ କାର୍ଯ୍ୟାଳୟରେ ଉପସ୍ଥିତ ରହିଲେ ନାହିଁ ଓ ଲୁଚିଯାଇଥିଲେ ।ପିଅନକୁ ପଠାଇ କହିଥିଲେ—“ସାର ବିଧାନସଭା ମିଟିଂକୁ ଯାଇଛନ୍ତି।”ଏହା ପରେ ପରଦିନ ପର୍ଯ୍ୟନ୍ତ କୌଣସି ଉତ୍ତର ନ ଦେଇ ରହିଲେ ।ଶୁଣାଣିକୁ ଏଡ଼ାଇବା ଘଟଣା ସମବାୟ ବିଭାଗରେ କର୍ମଚାରୀ ଙ୍କ ମହଲ ରେ ଏକ ଗମ୍ଭୀର ପ୍ରଶ୍ନ ଭାବେ ଆଲୋଚନା ହୋଇଛି ।ଶ୍ରୀ ଦାସ ଏହି ଘଟଣାକୁ ନେଇ RCS Odisha ଓ ମାନ୍ୟବର RTI କମିଶନ ନିକଟରେ ଅଭିଯୋଗ କରିବା ପରେ, ଶ୍ରୀ ପ୍ରମୋଦ କୁମାର ସାହୁ ୨୧ ତାରିଖ ରାତି ୭ଟାରେ ଏକ ଇମେଲ ଦେଇ ପୁଣି ୨୯ ତାରିଖରେ ଶୁଣାଣି ହେବ ବୋଲି ଜଣାଇଥିଲେ।ଏହା ସହିତ ଶ୍ରୀ ଦାସ ଲିଖିତ ଭାବରେ ଏକ ଜଣାଇଛନ୍ତି ଯେ ମାନ୍ୟବର ସୂଚନା କମିଶନଙ୍କ ପାଖରେ ସେ ଅଭିଯୋଗ କରି ସାରିଛନ୍ତି ।RTI ଆଇନ ଅନୁଯାୟୀ ଏପରି ଶୁଣାଣିକୁ ଏଡ଼ାଇବା ଏବଂ ସୂଚନା ଦେବାରୁ ପଳାଇବା ଗମ୍ଭୀର ଅନିୟମ ଓ ଦାୟିତ୍ୱହୀନତାର ପରିଚୟ ବୋଲି ଚର୍ଚ୍ଚା ।ଏହିପରି ଅଯୋଗ୍ୟ ଅଧିକାରୀଙ୍କୁ ତୁରନ୍ତ ସମବାୟ ନିବନ୍ଧକ, ଓଡ଼ିଶା କାର୍ଯ୍ୟାଳୟରୁ ବିଦା କରି ଭୁବନେଶ୍ୱରରୁ ସ୍ଥାନାନ୍ତର କରିବା ପାଇଁ ଶୀଘ୍ର ସମବାୟ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବ ବୋଲି ସୂଚନା ମିଳିଛି। କେବେ ପ୍ରମୋଦ ଗଣିବେ ପ୍ରମାଦ ଏବେ ସମସ୍ତଙ୍କ ନଜର ।
