ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୬-୨୭′ ଏକ ଭବିଷ୍ୟତବାଦୀ, ଯୁବଶକ୍ତି-କେନ୍ଦ୍ରିକ, ଜନହିତକର ଏବଂ ନିଯୁକ୍ତିଭିଭିକ ବଜେଟ୍ । ଭାରତର ଅଭିବୃଦ୍ଧି ସାମର୍ଥ୍ୟର ସମ୍ପୂର୍ତ୍ତ ବିନିଯୋଗ, ସବୁ ବର୍ଗର ଲୋକଙ୍କ ସାମଗ୍ରିକ ବିକାଶ ଏବଂ ‘ବିକଶିତ ଭାରତ’ର ସ୍ବପ୍ନକୁ ସାକାର କାର କରିବା ପାଇଁ ଲୋକଭିମୁଖୀ ବଜେଟ୍ ଉପସ୍ଥାପନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣକ୍ ରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବଜେଟ୍ ପୂର୍ବ ଭାରତ ବିଶେଷତଃ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ ବୋଲି ସେ କହିଛନ୍ତି ।ନୂଆଦିଲ୍ଲୀ ଠାରେ ବଜେଟ୍ ସମ୍ପର୍କିତ ଏକ ସାମ୍ବାଦି ସାମ୍ବାଦିକ ସମ୍ମିଳ ମିଳନୀରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ‘ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା, ସମସ୍ତଙ୍କ ଆଶା-ଆକାଂକ୍ଷା ପୂରଣ କରି କରି ସାମର୍ଥ୍ୟ ବଢ଼ାଇବା ଏବ ପ୍ରତିଟି ପରିବାର ଓ ସମ୍ପ୍ରଦାୟ ପାଖରେ ସମ୍ବଳ, ସ ସୁଯୋଗ ଓ ସୁବିଧା ପହଞ୍ଚାଇବା’ – ଏହି ତିନୋଟି କର୍ଭବ୍ୟଦ୍ବାରା ଅନୁପ୍ରାଣିତ ଏହି ବିକଶିତ ଭାରତ ବଜେଟ୍ ସବୁ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ଆଣିବ । ଏହି ବଜେଟ୍ ସବକା ସାଥ୍, ସବକା ବିକାଶ ମନ୍ତ୍ର ଉପରେ ଗୁରୁତ୍ଵ ଦେଇଛି, ଯାହା ଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ପରିବାରମାନେ ବିଶେଷ ଭାବରେ ଲାଭ ପାଇବେ । ଏହା ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିବୃଦ୍ଧି ପାଇଁ ‘ରିଫର୍ମ ଏକ୍ସପ୍ରେସ୍’ ବା ସଂସ୍କାରର ଗତିକୁ ତ୍ବରାନ୍ବିତ କରିବ ଏବଂ ୧୪୦ କୋଟିରୁ ଅଧିକ ଭାରତୀଙ୍କ ଲାଭସୁନିଶ୍ଚିତ କରିବ ।ସେ କହିଛନ୍ତି ଯେ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରରେ ୮ ପ୍ରତିଶତ ବୃଦ୍ଧି ହୋଇଛି । ଏହି କ୍ଷେତ୍ରରେ ୧ ଲକ୍ଷ ୩୯ ହଜାର ୨୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଆଗାମୀ ୫ ବର୍ଷ ପାଇଁ ୧୦,୦୦୦ କୋଟି ଟଙ୍କାର ବ୍ୟୟବରାଦ ସହ ‘ବାୟୋଫାର୍ମା ଶକ୍ତି’ ଏବଂ ୪୦,୦୦୦ କୋଟି ଟଙ୍କାର ‘ଇଣ୍ଡିଆ ସେମିକଣ୍ଡକ୍ଟର ୨.୦’ ମିଶନର ଶୁଭାରମ୍ଭ କରାଯାଇଛି। ଶ୍ରମ-ଭିଭିକ ବୟନ ଶିଳ୍ପ ଏବଂ ଖଦି-ହସ୍ତଶିଳ୍ପର ବିକାଶ ପାଇଁ ‘ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜ’ ଅଭିଯାନ ଘୋଷଣା କରାଯାଇଛି। ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ୧୦,୦000 କୋଟି ଟଙ୍କାର ଗ୍ରୋଥ୍ ଫଣ୍ଡ୍ ଗଠନ କରାଯାଇଛି I ଯୁବପିଢ଼ିଙ୍କୁ ନିଯୁକ୍ତିକ୍ଷମ କରିବା ପାଇଁ ‘ଇଟୁଇ’ (ଶିକ୍ଷାରୁ ନିଯୁକ୍ତି ଓ ଉଦ୍ୟୋଗ) ମାନକ କମିଟି ଗଠନର ପ୍ରସ୍ତାବ ଦିଆଯାଇଛି । ଦେଶର ୧୫,୦୦୦ ମାଧ୍ୟମିକ ବିଦ୍ୟାଳୟ ଓ ୫୦୦ କଲେଜରେ ‘ଏଭିଜିସି’ (ଆନିମେସନ୍, ଗେମିଂ) ଲ୍ୟାବ୍ ପ୍ରତିଷ୍ଠା ହେବ । ଛାତ୍ରୀମାନଙ୍କୁ ଷ୍ଟେମ ଶିକ୍ଷାରେ ସହାୟତା ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଛାତ୍ରୀନିବାସ ନିର୍ମାଣ କରାଯିବ । ଶିକ୍ଷା ଓ ଚିକିତ୍ସା ଉଦ୍ଦେଶ୍ୟରେ ବିଦେଶକୁ ଅର୍ଥ ପ୍ରେରଣ ଉପରେ ଟିସିଏସ ହାରକୁ ୫% ରୁ ୨% କୁ ହ୍ରାସ କରାଯାଇଛି । ଏହି ବଜେଟ୍ରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟୟବରାଦକୁ ୧୧ ଲକ୍ଷ କୋଟିରୁ ୧୨.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ଦେଶର ପ୍ରଗତି ପଥକୁ ପ୍ରଶସ୍ତ କରିବ । ଦେଶରେ ୭ଟି ହାଇ-ସ୍ପିଡ୍ ରେଳ କରିଡର ସହ ପର୍ଯ୍ୟଟନର ବିକାଶ ପାଇଁ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହସ୍ପିଟାଲିଟି’ ଗଠନ କରାଯିବ । ସ୍ବାସ୍ଥ୍ୟ କ୍ଷେତ୍ରରେ ତିନୋଟି ନୂତନ ଅତ୍କଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ) ସ୍ଥାପନ ହେବା ଏହି ବଜେଟ୍ ସାମଗ୍ରିକ ଭାବେ ଏକ ସମୃଦ୍ଧ ଓ ସଶକ୍ତ ଭାରତ ଗଠନରେ ସହାୟକ ହେବ । ଏହି ବଜେଟରୁ ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ ।ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ବିକାଶକୁ ଏହି ବଜେଟ୍ରେ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। କେନ୍ଦ୍ର ବଜେଟ୍ ୨୦୨୬-୨୭ ଓଡ଼ିଶାକୁ ପୂର୍ବ ଭାରତର ଆର୍ଥିକ ପ୍ରଗତିର ପେଣ୍ଠସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ଏକ ଶକ୍ତିଶାଳୀ ବ୍ଲୁପ୍ରିଣ୍ଟ ପ୍ରଦାନ କରିଛି । ବ୍ରାହ୍ମଣୀ ଓ ମହାନଦୀ ଦେଇ ତାଳଚେର-ଅନୁଗୋଳ ଠାରୁ ପ ପାରାଦୀପ-ଧାମରା ପର୍ଯ୍ୟନ୍ତ ୫ ନମ୍ବର ଜାତୀୟ ଜଳପଥର ବିକାଶ ଏବଂ ରାଜ୍ୟରେ ନୂତନ ‘ରେୟାର ଆର୍ଥ କରିଡର’ର ପ୍ରତିଷ୍ଠା ଓଡ଼ିଶାର ଶିଳ୍ପ ଓ ଖଣିଜ ଭିଭିଭୂମିକୁ ଏକ ନୂତନ ସ୍ତରକୁ ନେଇଯିବ । ପୂର୍ବୋଦୟ ରାଜ୍ୟଗୁଡ଼ିକ ପାଇଁ ଉଦ୍ଦିଷ୍ଟ ‘ଇଷ୍ଟ-କୋଷ୍ଟ ଡେଭଲପମେଣ୍ଟ କରିଡର’, ପୂର୍ବରେ ଦାନକୁନିରୁ ସୁରଟକୁ ସଂଯୋଗ କରୁଥିବା ନୂତନ ଫ୍ରେଟ୍ କରିଡର ଜରିଆରେ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ଓ ବାଣିଜ୍ୟର ବ୍ୟାପକ ସୁଯୋଗ ସୃଷ୍ଟି ହେବ । ପୂର୍ବ ଭାରତରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନ ପ୍ରତିଷ୍ଠା ରାଜ୍ୟର ଅଭିବୃଦ୍ଧିକୁ ଗତି ଦେବ । ଓଡ଼ିଶାରେ ନାଇପର ପ୍ରତିଷ୍ଠାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି ରଏହି ବ ବଜେଟ୍ ଓଡ଼ିଶାର ସାଧାରଣ ଜନତା, ଚାଷୀ, ମହିଳା, ଯୁବ, ଜନଜାତି ସମେତ ସବୁବର୍ଗଙ୍କୁ ଗୁରୁତ୍ବ ଦେଉଥ୍ ଉଥିବା ଏକ ଜନହିତକର ବଜେଟ୍ । କେନ୍ଦୁପତ୍ର ବିକ୍ରେତାଙ୍କ ପାଇଁ ଟିସିଏସ ହାରକୁ ୫% ରୁ ୨% କୁ ହ୍ରାସ କରିବା । ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ନଡ଼ିଆ, କାଜୁ ଓ କୋକୋ ଚାଷ ପାଇଁ ସ୍ବତନ୍ତ୍ର ସହାୟତା ପ୍ରଦାନ କରିବା ସରକାରଙ୍କ ଗରିବ ଓ ଚାଷୀ କଲ୍ୟାଣର ପ୍ରତିବଦ୍ଧତାକୁ ଦର୍ଶାଉଛି । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ମତ୍ସ୍ୟଜୀବୀ ସଂଗଠନଗୁଡ଼ିକୁ ଷ୍ଟାର୍ଟଅପ୍ ମାଧ୍ଯମରେ ବଜାର ସହ ଯୋଡିବା ସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ମତ୍ସ୍ୟ ଚାଷକୁ ସୁଦୃଢ଼ କରାଯିବ । ଏହି ପଦକ୍ଷେପ ଆମର ମତ୍ସ୍ୟଜୀବୀ ଭାଇଭଉଣୀମାନଙ୍କ ଆୟ ବୃଦ୍ଧି କରିବା ସହ ବ୍ଲୁ ଇକୋନୋମୀକୁ ଅଧିକ ସୁଦୃଢ଼ କରିବ । ଓଡ଼ିଶାର ଉପକୂଳ ଅଞ୍ଚଳରେ ଏହା ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିବ । ଓଡ଼ିଶାର ସମୁଦ୍ର କୂଳରେ ଗହିରମଥା ପରି ସ୍ଥାନଗୁଡ଼ିକରେ ‘ଟର୍ଟଲ ଟ୍ରେଲ୍ସ’ ଭଳି ପ୍ରକଳ୍ପ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଏକ ନୂତନ ପରିଚୟ ଦେବା ସହ ଅର୍ଥନୀତିକୁ ମଜଭୂତ କରିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
