ଭୁବନେଶ୍ୱର:ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍। ଏଥିପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି l ସବିଶେଷ ପ୍ରକଳ୍ପ ରିପୋର୍ଟ (DPR) କୁ ଅନୁମୋଦନ ମିଳିଛି। ଏଠାରେ ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଅଭୟାରଣ୍ୟ ମଧ୍ୟରେ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିପାଇଁ ବ୍ୟାଘ୍ର ଅଭୟାରଣ୍ୟର ୬ଟି ପ୍ରମୁଖ ସ୍ଥାନକୁ ଚିହ୍ନଟ କରାଯାଇଛି।ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୁଣାକୋଟ, ଜଗନ୍ନାଥପୁର, ଟିକରପଡ଼ା, ବାଲିପୁଟ, କୁସଙ୍ଗ ଏବଂ ଛାମୁଣ୍ଡିଆ ଠାରେ ନୂଆ ପ୍ରବେଶ ପଥ ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ଫୁଡ୍ କୋର୍ଟ, ଫ୍ଲୋଟିଂ ଜେଟି, ବନ୍ ଫାୟାର, ୱାଚ ଟାୱାର ଏବଂ ରିଭର ଭିୟୁ ଡେକ୍ ଭଳି ସୁବିଧା ସାମିଲ ରହିଛି।
