ଭୁବନେଶ୍ୱର :ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି । ଫେକ୍ ଚାଷୀ ସରକାରଙ୍କୁ ବଦନାମ କରୁଥିବା କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସମବାୟ ମନ୍ତ୍ରୀ କହିଛନ୍ତି, ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି । କେବଳ ବଡ ଚାଷୀ ହିଁ ବିରୋଧ କରୁଛନ୍ତି । ଗତ ବର୍ଷ ୫୦୦ କୁଇଣ୍ଟାଲ ବିକିଥିଲେ । ଏଥର କ୍ୟାପ୍ସ ହୋଇଥିବାରୁ ଅସୁବିଧା ହେଉଛି । ତେଣୁ ୧୫ ଦିନ ଟୋକେନ ଅବଧି ବୃଦ୍ଧି କରାଯାଉଛି । ମିଲରଙ୍କ ପାଖରେ ଜାଗା ନ ଥିବାରୁ ଧାନ କିଣା ପ୍ରକ୍ରିୟା ଧିରେ ହେଉଛି । କିନ୍ତୁ ସରକାରଙ୍କୁ ବଦାନ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି । ସେଥିରେ ସେମାନେ ସଫଳ ହେବେନି । ସବୁ ଚାଷୀଙ୍କ ଧାନ ଉଠିବ । ଚାଷୀଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ।
