ଭୁବନେଶ୍ୱର :ମାନ୍ୟବର ସମବାୟ ଓ ହସ୍ତତନ୍ତ୍ର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ତାଙ୍କର ଜନ୍ମଦିନ ଅବସରରେ “ସମବାୟ ସମ୍ବାଦ” ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।ଏହି ଅବସରରେ “ସମବାୟ ସମ୍ବାଦ” ର ସମ୍ପାଦକ କହିଛନ୍ତି , ମାନ୍ୟବର ମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ସମବାୟ ଆନ୍ଦୋଳନ ଏବଂ ହସ୍ତତନ୍ତ୍ର କ୍ଷେତ୍ର ଏକ ନୂଆ ଦିଗରେ ଆଗେଇ ଚାଲିଛି। ତାଙ୍କର ଦୂରଦର୍ଶୀ ଚିନ୍ତାଧାରା, ସରଳତା, ଓ ଜନମୁଖୀ କାର୍ଯ୍ୟଶୈଳୀ ସମସ୍ତଙ୍କ ପାଇଁ ପ୍ରେରଣା ର ସ୍ରୋତ।ପ୍ରଭୁ ଜଗନ୍ନାଥ ତାଙ୍କୁ ସୁସ୍ଥ ଦୀର୍ଘାୟୁ, ସୁଖ-ଶାନ୍ତି, ଶକ୍ତି ଓ ସଫଳତାର ଆଶୀର୍ବାଦ କରନ୍ତୁ ଏବଂ ରାଜ୍ୟର ଜନସାଧାରଣଙ୍କ ସେବାରେ ସେ ଆହୁରି ଅଧିକ ଦୃଢ଼ ଭାବରେ କାମ କରନ୍ତୁ — ଏହି କାମନା କରିଛନ୍ତି ସମବାୟ ସମ୍ବାଦ ପରିବାର ।ଏହି ଅବସରରେ ପୁଣି ଥରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ“ସମବାୟ ସମ୍ବାଦ” ପରିବାର ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ।
