ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ଵର ରେ ୫୨ ବର୍ଷ ର ସ୍କୁଲ , ବିଜେଇମ ରେ ୨୦୧୫ ମସିହା ରୁ ପ୍ରତ୍ୟେକ ବର୍ଷ ୧୫ ରୁ ୨୦ ଶତକଡା ଫି ବୃଦ୍ଧି ହେଇଥିବାରୁ, ବିଧାୟକ ଠାରୁ ଆରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଭାବକ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ତଦନ୍ତ ହୋଇଥିଲା , ରିପୋର୍ଟ ମଧ୍ୟ ଆସି ସାରିଥିଲା । ସେ ରିପୋର୍ଟ କୁ ସ୍କୁଲ କର୍ତୃପକ୍ଷ ନ ମାନିବାରୁ ଅଭିଭାବକ ସଂଘ ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ । ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶରେ ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା କୁ ଏକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକ, ପ୍ରାଥମିକ କୌଣସି ତଦନ୍ତ ରିପୋର୍ଟ ମାନ୍ୟବର ହାଇକୋର୍ଟ ଙ୍କୁ ନ ଦେଇ ୨୦୧୫ ମସିହା wpc no ୮୯/୨୦୧୫ ଅନୁସାରେ ଫି ବୃଦ୍ଧି ହେବ ବୋଲି ଲିଖିତ ଆଦେଶ ସ୍କୁଲ କୁ ଦେଇଦେଲେ,ନିର୍ଦ୍ଦେଶକ, ଶ୍ରୀ ବାଳ ଗୋବିନ୍ଦ ଭୂୟାଁ ।ତଥ୍ଯ ନେବାରେ ଜଣା ପଡିଲା ତାଙ୍କର ଜଣେ ସମ୍ପର୍କୀୟ ଙ୍କୁ ସ୍କୁଲ ରେ ଚାକିରୀ ଦେଇ, ଅଭିଭାବକ ସଂଘ ର ସବୁ ତଥ୍ଯ କୁ ଲୁଚେଇ ଦେଇଥିଲେ ବୋଲି ଜଣା ପଡ଼ିଛି। ଏ ସମସ୍ତ ତଥ୍ଯ PMO,New ଦିଲ୍ଲୀ କୁ ଅଭିଯୋଗ ହୋଇଛି ବୋଲି ସଙ୍ଘ ର ସଭାପତି ଶ୍ରୀ ରଂଜନ କୁମାର ଦାସ ଜଣାଇଛନ୍ତି ।ସ୍କୁଲ ଅବିଭାବକ ସଂଘ ପୁଣି ଥରେ ମାନ୍ୟବର ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲା । ୨୦୨୫ ମସିହା ରୁ ଫି ବୃଦ୍ଧି ଵିରୁଦ୍ଧ ରେ କେସ ଚାଲୁ ରହିଛି ।ଗତ କାଲି ତା ୧୧ ତାରିଖ ରେ ମାନ୍ୟବର ହାଇକୋର୍ଟ ଅଭିଭାବକ ସଂଘ ତଥ୍ଯ କୁ ବିଚାର କରି ଫି ବୃଦ୍ଧି ଉପରେ ରହିତାଦେଶ ଦେଇଛନ୍ତି ବୋଲି ଏକ ପ୍ରେସ ଇସ୍ତାହାର ରେ ଜଣାଇଛନ୍ତି ସ୍କୁଲ ଅଭିଭାବକ ସଙ୍ଘ ର ସଭାପତି ଶ୍ରୀ ରଂଜନ କୁମାର ଦାସ ।। ତତ୍ ସହିତ ହାଇକୋର୍ଟ ଏକ ୧୦ ଜଣିଆ କମିଟି ମଧ୍ୟ ଗଠନ କରିଛନ୍ତି । ସ୍କୁଲ ପକ୍ଷରୁ ଶ୍ରୀ ପ୍ରତାପ ଜେନା, ମ୍ୟାନେଜର ବିଜୟ କୁମାର ଦାସ, ଚାଟାର୍ଡ , ଅଭିଭାବକ ସଂଘ ପକ୍ଷରୁ ଶ୍ରୀ ନିତ୍ୟାନନ୍ଦ ବେହେରା, ସମ୍ପାଦକ, ଶ୍ରୀ ସତ୍ୟ ସୁନ୍ଦର ସାହୁ , କୋଷାଧ୍ୟକ୍ଷ ! ତତ୍ ସହିତ ସ୍କୁଲ ର ଓକିଲ ଶ୍ରୀ ଆଶୋକ କୁମାର ପରିଜା, ପୂର୍ବତନ AG, ଅଭିଭାବକ ସଂଘ ଓକିଲ ଶ୍ରୀ ଅମିୟ ମହାନ୍ତି ଙ୍କ ସହିତ CBSE ର ଦୁଇଜଣ ପ୍ରତିନିଧି , ନିର୍ଦ୍ଦେଶକ, ମାଧ୍ୟମିକ, ନିର୍ଦ୍ଦେଶକ, ପ୍ରାଥମିକ ମଧ୍ୟ ଉପସ୍ଥିତ ରହିବେ । 25 ତାରିଖ ଦିନ ୪ଟା ସମୟ ରେ ମୂଖ୍ୟ ବିଭଗ କାର୍ଯ୍ୟାଳୟ ,ଭୁବନେଶ୍ଵର ଠାରେ ଏକ ମିଟିଂ ଅନୁଷ୍ଟିତ ହେବ ବୋଲି ଆଦେଶ ରେ ଉଲ୍ଲେଖ ଅଛି । ଅଭିଭାବକ ସଂଘ କୁ ୧୦ ବର୍ଷ ର ସମସ୍ତ ହିସାବ ସ୍କୁଲ ପ୍ରଦାନ କରିବ। ସମସ୍ତ ହିସାବ ତର୍ଜମା କରି, ସଂଘ ପକ୍ଷ ରୁ ମିଟିଂ ରେ ସମସ୍ତ ତଥ୍ଯ ଉପସ୍ଥାପନା କରାଯିବ । ଦୁଇ ମାସ ଭିତରେ ମାନ୍ୟବର ହାଇକୋର୍ଟ କୁ ନିର୍ଦ୍ଦେଶକ ପ୍ରାଥମିକ, ନିର୍ଦ୍ଦେଶକ, ମାଧ୍ୟମିକ ରିପୋର୍ଟ୍ ପ୍ରଦାନ କରିବାକୁ ଉଲ୍ଲେଖ ରହିଛି । ପରବର୍ତୀ ଶୁଣାଣି ନ ସରିବା ପର୍ଯ୍ୟନ୍ତ ସ୍କୁଲ ୨୦୨୫ ମସିହା ଅନୁସାରେ ଫି ନେବ ବୋଲି ଉଲ୍ଲେଖ କରିଛନ୍ତି ହାଇକୋର୍ଟ ।ସତ୍ୟ, ଧର୍ମ ର ବିଜୟ ହୋଇଛି ବୋଲି କହିଛନ୍ତି ସଙ୍ଘ ର ସଭାପତି ଶ୍ରୀ ରଂଜନ କୁମାର ଦାସ । ନ୍ୟାୟ ମୃତି ଙ୍କ ଉପରେ ସଂପୂର୍ଣ୍ଣ ଭରସା ଅଛି ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି ଶ୍ରୀ ଦାସ । ଏ ଖବର ପ୍ରଚାରିତ ହେବା ପରେ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି ।
