ବାଂଲାଦେଶର:ବାଂଲାଦେଶରେ BNP ମୁଖ୍ୟ ତାରିକ ରହମାନଙ୍କ ଦମଦାର ବିଜୟ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦିବାଂଲାଦେଶ : ବାଂଲାଦେଶରେ BNP ର ବଡ଼ ବିଜୟ! । ୨୦୦ରୁ ଅଧିକ ଆସନରେ ଆଗୁଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି । ଶେଖ୍ ହସିନାଙ୍କ ବିଦାୟ ପରେ ବଦଳିଲା ବାଂଲାଦେଶ । ବିପୁଳ ବିଜୟ ସହ ଇତିହାସ ରଚିଲେ ତାରିକ୍ ରହମାନ । ବାଂଲାଦେଶର ୧୩ତମ ସଂସଦୀୟ ନିର୍ବାଚନରେ ତାରିକ୍ ରହମାନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଐତିହାସିକ ବିଜୟ ହାସଲ କରିଛି ।ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାରିକ୍ ରହମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, “ବାଂଲାଦେଶ ସଂସଦୀୟ ନିର୍ବାଚନରେ BNPକୁ ଏକ ନିର୍ଣ୍ଣାୟକ ବିଜୟ ହାସଲର ନେତୃତ୍ୱ ନେବା ପାଇଁ ମୁଁ ଶ୍ରୀ ତାରିକ ରହମାନଙ୍କୁ ମୋର ହୃଦୟର ସହିତ ଅଭିନନ୍ଦନ ଜଣାଉଛି । ଏହି ବିଜୟ ବାଂଲାଦେଶର ଲୋକଙ୍କର ଆପଣଙ୍କ ନେତୃତ୍ୱ ଉପରେ ଥିବା ଗଭୀର ବିଶ୍ୱାସକୁ ପ୍ରତିଫଳିତ କରେ ।”ଏଥିସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ ହେବ ବୋଲି କହିଛନ୍ତି ମୋଦି ।ସୂଚନାନୁଯାୟୀ, ୨୦୨୪ର ଛାତ୍ର ଆନ୍ଦୋଳନ ଏବଂ ଶେଖ ହସିନାଙ୍କ ସରକାର ପତନ ପରେ ଏହା ଥିଲା ଦେଶର ପ୍ରଥମ ବଡ଼ ନିର୍ବାଚନ । ୨୯୯ଟି ଆସନ ମଧ୍ୟରୁ BNP ମେଣ୍ଟ ଡବଲ ସେଞ୍ଚୁରୀ ମାରିଛି । ଏହା ସରକାର ଗଢ଼ିବା ପାଇଁ ଆବଶ୍ୟକ ୧୫୧ ସଂଖ୍ୟାଠାରୁ ବହୁତ ଅଧିକ । ଦୀର୍ଘ ୧୭ ବର୍ଷର ନିର୍ବାସନ ପରେ ଫେରିଥିବା ତାରିକ୍ ରହମାନ ଢାକା-୧୭ ଏବଂ ବୋଗ୍ରା-୬ ଦୁଇଟିଯାକ ଆସନରୁ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି
