ଭୁବନେଶ୍ୱର:ବଡ଼ଗଡ଼ ବ୍ରିଟ୍ କଲୋନୀ ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରାଭେଲର ଦ୍ରୁତଗତିରେ ଆସି, ଭାରସାମ୍ୟ ହରାଇ ଏକାଥରକେ ଅଟୋ ଏବଂ ବାଇକ୍କୁ ଧକ୍କା ଦେଇଛି। ଏହି ପୂରା ଘଟଣା ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଦୁର୍ଘଟଣା ରେ ୪ ଜଣ ଆହତ ହୋଇଛନ୍ତି। ବ୍ରିଟ୍ କଲୋନୀ ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ଥିବା ବେଳେ ହଠାତ୍ ଏକ ଟ୍ରାଭେଲର ଗାଡ଼ି ଅତି ଦ୍ରୁତ ଗତିରେ ମାଡ଼ି ଆସିଥିଲା ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ ବାଇକ୍ ଆରୋହୀ ଜଣକ ଛିଟିକି ପଡ଼ିଥିଲେ ଏବଂ ଅଟୋଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ସମସ୍ତ ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଟ୍ରାଭେଲର ଡ୍ରାଇଭର ଙ୍କୁ ଥାନାରେ ଅଟକ ରଖାଯାଇଛି। ଡ୍ରାଇଭର ଜଣକ ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଉଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।
