ଭୁବନେଶ୍ୱର:ମହିଳା ସ୍ୱେଚ୍ଛାସେବୀ ଡାକ୍ତର ସୁରେଶ୍ୱରୀ ସାଗରିକା ଜେନାଙ୍କୁ ଭୁବନେଶ୍ୱର ଖଣ୍ଡଗିରି ଥାନା ପୋଲିସ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ହାଟଡିହି ଗ୍ରାମରୁ ଗିରଫ କରିଛି । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଚାକିରୀ ଦେବାକୁ କହି ସୁରେଶ୍ୱରୀ ଜଣେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ୨୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଆଶାୟୀ ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ଟିମ୍ ଗଠନ କରି ତଦନ୍ତ କରିଥିଲା । ଶେଷରେ ପୋଲିସ ସୁରେଶ୍ୱରୀଙ୍କୁ କେନ୍ଦୁଝରରୁ ଗିରଫ କରିଛି । ଗିରଫଦାରୀକୁ ଏଡ଼ାଇବାକୁ ସୁରେଶ୍ୱରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ମାତ୍ର ହାଇକୋର୍ଟଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ ।
