ଭୁବନେଶ୍ୱର:ରାଜ୍ୟ ସମବାୟ ବିଭାଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଘୋଷିତ ହୋଇଛି।ଶ୍ରୀ ସବିର କୁମାର ପଣ୍ଡା, ଶ୍ରୀ ସୁଶାନ୍ତ କୁମାର ପଣ୍ଡା ଓ ଶ୍ରୀମତୀ ଗାୟତ୍ରୀ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି।ସମବାୟ କ୍ଷେତ୍ରରେ ଅଭିଜ୍ଞତା ଓ ଜ୍ଞାନ ଥିବା ବ୍ୟକ୍ତିମାନଙ୍କୁ ଦାୟିତ୍ୱ ଦେଇ ରାଜ୍ୟ ସରକାର ସମବାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସଠିକ୍ ପଦକ୍ଷେପ ନେଇଛନ୍ତି ବୋଲି ବୁଦ୍ଧିଜୀବୀ ମହଳରେ ମତ ପ୍ରକାଶ ପାଉଛି।ବର୍ତ୍ତମାନ ସମବାୟ ବିଭାଗରେ ଛଅ ଜଣ OAS ଅଧିକାରୀ ଦାୟିତ୍ୱରେ ଅଛନ୍ତି। ତେବେ ସମବାୟ କ୍ଷେତ୍ରରେ ପ୍ରୟାପ୍ତ ଜ୍ଞାନ ଓ ଅଭିଜ୍ଞତା ନଥିବା କିଛି OAS ଅଧିକାରୀଙ୍କୁ ସମବାୟ ଦାୟିତ୍ୱରୁ ବିଦା କରାଯିବା ଆବଶ୍ୟକ ବୋଲି “ଚା ଖଟି” ଠାରୁ ଆରମ୍ଭ କରି ପ୍ରଶାସନିକ ମହଳ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି।ଏହି ପ୍ରଶାସନିକ ପରିବର୍ତ୍ତନ ସମବାୟ ଆନ୍ଦୋଳନକୁ ନୂତନ ଗତି ଦେବ ଏବଂ ରାଜ୍ୟର ସମବାୟ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ସାଧାରଣ ଲୋକ ଆଶା ପ୍ରକାଶ କରୁଛନ୍ତି।ସମବାୟ ସମ୍ବାଦ ପରିବାର ପକ୍ଷରୁ ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ।
