ଭୁବନେଶ୍ୱର:ଗୁରୁ–ଶିଷ୍ୟ ପରମ୍ପରା ଭାରତୀୟ ସଭ୍ୟତାର ଗର୍ବ। କିନ୍ତୁ ଆଜି ଏହି ପବିତ୍ର ପରମ୍ପରା ଉପରେ ଯେଭଳି ଲଜ୍ଜାଜନକ ଦାଗ ଲାଗୁଛି, ତାହା ସମଗ୍ର ସମାଜକୁ ଲଜ୍ଜ୍ୟା ଦେଇଛି। ଘଟଣାଟି ଘଟିଥିବା ସ୍କୁଲଟି ଘରୋଇ ସ୍କୁଲ କି ସରକାରୀ ସ୍କୁଲ — ଏହା ସରକାର ସ୍ପଷ୍ଟ କରିବା ଦରକାର। ସେ ସ୍କୁଲ ନା ପ୍ରକାଶ କରନ୍ତୁ ।ଏହି ସ୍କୁଲକୁ ଜିଲ୍ଲା ଶିକ୍ଷା ଅଧିକାରୀ (DEO) କେତେଥର ପରିଦର୍ଶନ କରିଛନ୍ତି?ସ୍କୁଲର COR (Certificate of Recognition) କାହିଁକି ଏପର୍ଯ୍ୟନ୍ତ ବାତିଲ ହୋଇନାହିଁ?ଅଭିଯୁକ୍ତଙ୍କ ବିରୁଦ୍ଧରେ ଦ୍ରୁତଗତି ଆଇନଗତ ପଦକ୍ଷେପ ନେଇ, କଠୋର ଶାସ୍ତି ଦେଇ ସରକାର ଉଦାହରଣ ସୃଷ୍ଟି କରିବେ କି?ବିରୋଧୀ ଦଳମାନେ ବିଧାନସଭାରେ କେବଳ ଧାନ ମଣ୍ଡି ମସଲା ଛାଡ଼ି, ରାଜ୍ୟର ଆଇନ-ଶୃଙ୍ଖଳା , ଶିକ୍ଷା, ସ୍ବାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେବେ କି?ରାଜ୍ୟର ସମସ୍ତ ଘରୋଇ ସ୍କୁଲରେ ଜିଲ୍ଲାପାଳଙ୍କୁ କମିଟି ସଦସ୍ୟ ଭାବେ ରଖିବା ପାଇଁ ରାଷ୍ଟିୟ ଅଭିଭାବକ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ରଞ୍ଜନ କୁମାର ଦାସ ଦୃଢ଼ ଦାବି କରିଛନ୍ତି।ଏହି ଲଜ୍ଜାଜନକ ଘଟଣା ପାଇଁ ଦାୟୀ କିଏ?ରାଜ୍ୟ ସରକାର କହୁଛନ୍ତି ଘରୋଇ ସ୍କୁଲ ସରକାରୀ ନିୟନ୍ତ୍ରଣରେ ନୁହେଁ — କିନ୍ତୁ ରାଜ୍ୟ ଶିକ୍ଷା ବିଭାଗ ଓ ପାଠପଢ଼ା ବିଭାଗ ଯଦି ନିଜ ଦାୟିତ୍ୱ ସଠିକ୍ ଭାବେ ନେଇଥାନ୍ତେ, ଆଇନ କଣ କହୁଛି ତାହା ସ୍ପଷ୍ଟ ହୋଇଯାଇଥାନ୍ତା।ଆଜି ଟେବୁଲ୍ ତଳେ ମାଳମାଳ ଟଙ୍କା କାରବାର ଓ ଭୁଲ (false) ଅଫିଡେଭିଟ୍ ମାଧ୍ୟମରେ ଅନେକ ସ୍କୁଲ ଅବୈଧ ଭାବେ ଚାଲୁଛି।ଯୋଉ ଦିନ ଏଭଳି ଘଟଣା କୌଣସି ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ପରିବାରକୁ ଛୁଇଁବ — ସେଦିନ ଶାସନ ବ୍ୟବସ୍ଥା ସତରେ ଜାଗିବ ?ଦାବି:✔ ଦୋଷୀଙ୍କୁ ତୁରନ୍ତ ଗିରଫ✔ COR ବାତିଲ✔ ସ୍କୁଲ ସିଲ୍✔ ଦ୍ରୁତଗତି ଆଦାଲତରେ ବିଚାର✔ ଘରୋଇ ସ୍କୁଲ ଉପରେ କଠୋର ନିୟନ୍ତ୍ରଣ ଆଇନ✔ ପ୍ରତ୍ୟେକ ଜିଲ୍ଲାରେ ମନିଟରିଂ କମିଟି ଗଠନ— ରାଷ୍ଟ୍ରୀୟ ଅଭିଭାବକ ସଂଘ
