ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଧାନ କିଣାକୁ ନେଇ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଟୋକନ୍ ଅବଧିକୁ ସରକାର ବୃଦ୍ଧି କରିଛନ୍ତି । ଯେଉଁ ଚାଷୀମାନଙ୍କର ଟୋକନ୍ ଅବଧି ସରି ଯାଇଛି ସେମାନେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ମଣ୍ଡିରେ ଧାନ ବିକ୍ରି କରିପାରିବେ । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ସମୟ ଅବଧିକୁ ବଢ଼ାଇ ପାରିବେ । ବିଳମ୍ବ ହେଲେ କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ଚାଷୀଙ୍କୁ ଧାନ କିଣାରୁ ବାଦ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ କିଣା ଜାରି ରହିବ ।
