କେନ୍ଦ୍ରାପଡ଼ା:ରାଜନଗର ତହସିଲ ଅନ୍ତର୍ଗତ କେରେଡ଼ାଗଡ଼ ସର୍କଲର ରାଜସ୍ୱ ନିରୀକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ କେଶରୀ ବେହୁରା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜମି ମାଲିକାନା ପରିବର୍ତ୍ତନ ପାଇଁ ରିପୋର୍ଟ ଦେବା ପାଇଁ ଲାଞ୍ଚ ନେବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜଣେ ଜମି ମାଲିକ ନିଜର ଉତ୍ତରାଧିକାରୀ ସୂତ୍ରରେ ଜମିର ମ୍ୟୁଟେସନ ପାଇଁ ଅନଲାଇନରେ ଆବେଦନ କରିଥିଲେ । ଏହି ମାମଲାରେ ସପକ୍ଷରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ଆରଆଇ ଶ୍ରୀ ବେହୁରା ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଯାହା ଫଳରେ ଜମି ମାଲିକ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ ।ପୂର୍ବ ଯୋଜନା ଅନୁଯାୟୀ, ଆଜି ରାଜନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଯେତେବେଳେ ଶ୍ରୀ ବେହୁରା ଉକ୍ତ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ, ସେତିକି ବେଳେ ଓଡ଼ିଶା ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ଧରିଥିଲେ l
