ନବରଙ୍ଗପୁର: ଆଜି ରାଜ୍ୟ ସମବାୟ ୟୁନିଅନର ସମବାୟ ପରିଚାଳନା କେନ୍ଦ୍ର, କୋରାପୁଟ ଆନୁକୂଲ୍ୟରେ, ଉମରକୋଟ ସ୍ଥିତ କେ.ଏମ୍.ଏନ୍.ଆର ତାଲିମ ଗୃହରେ ପ୍ରାଥମିକ ଦୁଗ୍ଧ ଉତ୍ପାଦନ ସମବାୟ ସମିତିମାନଙ୍କ ପରିଚାଳନା ପରିଷଦର ସଦସ୍ୟା/ସଦସ୍ୟ ଏବଂ କର୍ମଚାରୀମାନଙ୍କୁ ନେଇ ଏକ ଦିବସିୟ ସଚେତନତା ତାଲିମ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମବାୟ ପରିଚାଳନା, ସୁଶାସନ, ଆର୍ଥିକ ପରିଚାଳନା, ଦୁଗ୍ଧ ଉତ୍ପାଦନର ଗୁଣମାନ ବୃଦ୍ଧି, ସଦସ୍ୟ ସଚେତନତା, ଏବଂ ସମବାୟ ସମିତିମାନଙ୍କର ସୁଦୃଢ଼ିକରଣ ସମ୍ପର୍କିତ ବିଭିନ୍ନ ମୁଖ୍ୟ ବିଷୟ ଉପରେ ଗଭୀର ଆଲୋଚନା ହୋଇଥିଲା।

ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ସମବାୟ ସମିତିମାନଙ୍କର ପ୍ରଶାସନିକ କ୍ଷମତା ବୃଦ୍ଧି, କର୍ମଚାରୀମାନଙ୍କର ଦକ୍ଷତା ଉନ୍ନତି ଏବଂ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ସମସ୍ତ ଅଂଶଗ୍ରହଣ କରିଥିବା ସଦସ୍ୟା/ସଦସ୍ୟ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଉପକାରୀ ଓ ଜ୍ଞାନବର୍ଦ୍ଧକ ଭାବେ ଗ୍ରହଣ କରି, ଭବିଷ୍ୟତରେ ସମବାୟ କ୍ଷେତ୍ରର ଉନ୍ନତି ପାଇଁ ଏହିପରି ତାଲିମ କାର୍ଯ୍ୟକ୍ରମ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।
