ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାତ ବିଶ୍ୱାଳଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କହିଛନ୍ତି । ଏନେଇ ଦଳର ଉପସଭାପତି ପ୍ରତାପ ଜେନା ଦଳୀୟ ଚିଠି ଜାରି କରିଛନ୍ତି ।ଶନିବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ପ୍ରଭାତ ବିଶ୍ୱାଳ ଏହାକୁ ବିରୋଧ କରିଥିଲେ । ଗଣମାଧ୍ୟମରେ ମଧ୍ୟ ପ୍ରତିକ୍ରିୟା ରଖି ଦଳରୁ ଦୂରେଇ ଯିବି ବୋଲି କହିଥିଲେ । ଏହା ପରେ ପ୍ରଭାତଙ୍କ ଉପରେ ବିଜେଡି ଆକ୍ସନ ନେଇଛି lସୂଚନାଯୋଗ୍ୟ, ବିଜେଡିର ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ଏହା ଏକପାଖିଆ ନିଷ୍ପତ୍ତି କହି ପ୍ରତିବାଦ କରିଥିଲେ । ସେ କହିଥିଲେ ଯିଏ ଦଳ ପାଇଁ କାର୍ଯ୍ୟ କରିଛନ୍ତି ତାଙ୍କୁ ପ୍ରାର୍ଥୀ କରିଥିଲେ ଭଲ ହୋଇଥାନ୍ତା । ପ୍ରଭାତଙ୍କ ସହ ପୁଅ ତଥା ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ସଂତୃପ୍ତଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଥିଲେ ।ଦଳର ୪ ହଜାର କୋଟି କିଏ ନେଇଗଲା କହି ବର୍ଷିଥିଲେ ପ୍ରଭାତ । ଦଳ ମୋର ବହୁତ କ୍ଷତି କରିଛି, ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ ବୋଲି ମଧ୍ୟ କହିଥିଲେ । ପାଣ୍ଡିଆନ୍ ଓ ସୁଜାତା ଦଳ ପାଇଁ କ୍ଷତି କରିଛନ୍ତି । ନବୀନ ବାବୁ ଆଲୋଚନା କରନ୍ତୁ । ଯଦି ଆଲୋଚନା ନ କରିବେ ତେବେ ଦଳଠାରୁ ଦୂରେଇ ଯିବି ବୋଲି ସେ କହିଥିଲେ l
