ନୂଆଦିଲ୍ଲୀ : ସୁପର-୮ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ଶ୍ରୀଲଙ୍କାକୁ ୫ ରନରେ ହରାଇଛି । ହେଲେ ବିଜୟ ପରେ ବି ପାକିସ୍ତାନ ଚଳିତ ଟି-୨୦ ବିଶ୍ୱକପରୁ ବାଦ୍ ପଡିଛି । ଗ୍ରୁପ ବି ରୁ ଦ୍ୱିତୀୟ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିରେ ପ୍ରବେଶ କରିଛି । ଶ୍ରୀଲଙ୍କା ହାରିବା ସହ ପାକିସ୍ତାନକୁ ସେମିରେ ପହଞ୍ଚିବାକୁ ଦେଇନି । ପାକିସ୍ତାନ ୨୧୨ ରନ କରିଥିଲେ ବି ଶ୍ରୀଲଙ୍କାକୁ ୧୪୭ ରନ ଭିତରେ ସୀମିତ ରଖିବାର ଥିଲା । ହେଲେ ଶ୍ରୀଲଙ୍କା ବ୍ୟାଟର ଲଢୁଆ ପ୍ରଦର୍ଶନ କରି ୨୦୫ ରନ କରି ପାକିସ୍ତାନର ସେମି ଖେଳିବା ସ୍ୱପ୍ନ ଧୂଳିସାତ କରିଛନ୍ତି । ସେମି ଫାଇନାଲ୍ ଯିବାକୁ ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷରେ ୬୫ ରନ ବିଜୟ ଆବଶ୍ୟକ ଥିଲା l
