ତେହେରାନ :ଇରାନରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ନିହତ ହେବା ପରେ ଦେଶର ନୂଆ ସୁପ୍ରିମ୍ ଲିଡର ଭାବେ ତାଙ୍କ ପୁଅ ମୁଜତାବା ଖାମେନେଇଙ୍କ ନାମ ଘୋଷଣା କରାଯାଇଛି । ମୁଜ୍ତାବା କହିଲେ ପ୍ରିୟଜନଙ୍କ ମୃତ୍ୟୁର ନିଆଯିବ ପ୍ରତିଶୋଧ । ଏହି ଆକ୍ରମଣ ଜାରି ରହିବ ।ସରକାରୀ ସୂତ୍ର ଅନୁସାରେ, ଦେଶର ସ୍ଥିରତା ଓ ଧାର୍ମିକ-ରାଜନୈତିକ ପରମ୍ପରାକୁ ଜାରି ରଖିବା ପାଇଁ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି ।ଖାମେନେଇଙ୍କ ମୃତ୍ୟୁ ପରେ ଇରାନରେ ନେତୃତ୍ୱ ସଙ୍କଟ ନେଇ ଚର୍ଚ୍ଚା ଚାଲିଥିଲା । ଏହି ପରିସ୍ଥିତିରେ ମୁଜତାବାଙ୍କୁ ସର୍ବୋଚ୍ଚ ପଦବୀରେ ବସାଇବା ଦ୍ୱାରା ଦେଶର ନୀତି ଓ ପ୍ରଶାସନରେ ଅବିଚ୍ଛିନ୍ନତା ରହିବ ବୋଲି ସରକାର ଦାବି କରିଛି ।ନୂଆ ସୁପ୍ରିମ୍ ଲିଡର ଭାବେ ମୁଜତାବା ଖାମେନେଇ ଦେଶର ସେନା, ନ୍ୟାୟପାଳିକା ଓ ରାଜନୈତିକ ବ୍ୟବସ୍ଥାର ସର୍ବୋଚ୍ଚ ଅଧିକାର ଧାରଣ କରିବେ।
