ନୂଆଦିଲ୍ଲୀ: ଭାରତୀୟ ବିମାନ କମ୍ପାନୀଗୁଡ଼ିକର ୩୫୦ ରୁ ଅଧିକ ବିମାନ ବାତିଲ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA)ର ସଦ୍ୟତମ ତଥ୍ୟ ଅନୁଯାୟୀ, ମଧ୍ୟପ୍ରାଚ୍ୟ ଆକାଶମାର୍ଗରେ ଲାଗୁ ହୋଇଥିବା କଟକଣା ଯୋଗୁଁ ବିମାନ ଚଳାଚଳ କ୍ଷେତ୍ରରେ ଏହି ବଡ଼ ବାଧା ସୃଷ୍ଟି ହୋଇଛି ।ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା ଯେ ଗୋଟିଏ ଦିନ ପୂର୍ବରୁ, ଫେବୃଆରୀ ୨୮ ତାରିଖରେ ୪୧୦ଟି ଘରୋଇ ବିମାନ ଉଡ଼ାଣ ବାତିଲ କରାଯାଇଥିଲା । ପିଟିଆଇ ସୂତ୍ର ଅନୁଯାୟୀ, ଯୁଦ୍ଧ ସ୍ଥିତି ଗମ୍ଭୀର ହେବାରୁ ଇରାନ ଏବଂ ପଶ୍ଚିମ ଏସିଆର କିଛି ଅଂଶ ଉପରେ ଆକାଶ ମାର୍ଗରେ ପ୍ରତିବନ୍ଧକ ଯୋଗୁ ଦିଲ୍ଲୀ ବିମାନବନ୍ଦରରୁ ପ୍ରାୟ ୧୦୦ ବିମାନ ଉଡ଼ାଣ ବାତିଲ କରାଯାଇଛି ।ପରିସ୍ଥିତିକୁ ଦୃଷ୍ଟିରେ ରଖି, ସମସ୍ତ ପ୍ରମୁଖ ଭାରତୀୟ ବିମାନବନ୍ଦରକୁ କାର୍ଯ୍ୟକ୍ଷମ ସତର୍କତା ଜାରି କରାଯାଇଛି । ମନ୍ତ୍ରଣାଳୟ, ବିମାନ ସେବା ପ୍ରଦାନକାରୀ ଏବଂ ବିମାନବନ୍ଦର ପରିଚାଳନାକାରୀମାନେ ନିରନ୍ତର ଯୋଗାଯୋଗରେ ଅଛନ୍ତି । ଯାତ୍ରୀ ପରିଚାଳନା ଏବଂ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ବିମାନବନ୍ଦରଗୁଡ଼ିକରେ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି l
