ଭୁବନେଶ୍ୱର:ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି ଦିଲ୍ଲୀପ ରାୟ। ସେ ୫ ତାରିଖରେ ନାମାଙ୍କନ ଭରିପାରନ୍ତି। ତେବେ ଦିଲୀପଙ୍କୁ ସମର୍ଥନ କରିବା ନେଇ ଭାଜପା ଘୋଷଣା କରିଛି। ଭାଜପା ପାର୍ଟି ଅଫିସରେ ସାମ୍ୱାଦିକ ସମ୍ମିଳନୀ କରି ମନମୋହନ ସାମଲ କହିଛନ୍ତି, ଦିଲୀପଙ୍କୁ ଭାଜପା ଓଡ଼ିଶା ପ୍ରଦେଶ ପକ୍ଷରୁ ଆମେ ତାଙ୍କୁ ସମର୍ଥନ କରିବୁ।ଦିଲୀପ ନିଜେ ଉଦ୍ୟମ କରିବେ, ଦଳ ମଧ୍ୟ ପୂରା ସମର୍ଥନ ଦେବ। ଦିଲ୍ଲୀପ ନିଶ୍ଚିତ ବିଜୟୀ ହେବେ ବୋଲି ସାମଲ କହିଛନ୍ତି।ଏନେଇ ଦିଲୀପ କହିଛନ୍ତି, ମୁଁ ଏନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା କରିଛି। ମୁଁ ୫ ତାରିଖ ଦିନ ସ୍ୱାଧୀନ ଭାବେ ନୋମିନସନ୍ ଫାଇଲ୍ କରିବି। ଆଗରୁ କାହା ସହ କିଛି କଥା ହୋଇନ ଥିଲି । ମୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ କଥା ହୋଇଛି । ଏପରିକି ଅମିତ ଶାହଙ୍କ ସହ ମଧ୍ୟ କଥା ହୋଇଛି । କଣ ହେବ କଣ ନାହିଁ ଏବେ କିଛି କହି ପାରିବିନି, ଦୁଇ ୪ ଦିନ ସମୟ ଦେଲେ ସବୁ କହିବି । ମୁଁ ହଠାତ୍ ନିଷ୍ପତ୍ତି ନେଲି ଛିଡ଼ା ହେବା ପାଇଁ । ଦେଶ ସେବା କରିବା ପାଇଁ ଟିକେ ଇଚ୍ଛା ହେଲା, ସେଥି ପାଇଁ ଛିଡ଼ା ହେବା ପାଇଁ ନିଷ୍ପତ୍ତି ନେଲି।
