ନୂଆଦିଲ୍ଲୀ: ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ବୁଧବାର ଚେତାବନୀ ଜାରି କରିଛନ୍ତି । ସେ କହିଛନ୍ତି ଇରାନରେ ନିଯୁକ୍ତ ଯେ କୌଣସି ନୂଆ ନେତା ଯଦି ଆମ ଦେଶକୁ ଧ୍ୱଂସ କରିବାର ଯୋଜନା କରିବେ ତେବେ ତାଙ୍କୁ ମଧ୍ୟ ଆମେ ସମାପ୍ତ କରି ଦେବୁ । ଆମକୁ ଫରକ ପଡିବ ନାହିଁ ଯେ, ନୂଆ ନେତା କିଏ ଏବଂ ତାଙ୍କ ନାଁ କଣ । ଉଲ୍ଲେଖନୀୟ ଖାମେନିଙ୍କ ପୁଅ ମୁଜ୍ଜତବା ଇରାନର ନୂଆ ସୁପ୍ରିମ ଲିଡର ହୋଇଛନ୍ତି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କାଟଜ କହିଛନ୍ତି, ଆମେରିକାର ସହଯୋଗୀଙ୍କ ସହ ମିଶି ଶାସନର କ୍ଷମତାକୁ ଦଳିବା ପାଇଁ ପୂରା ସାମର୍ଥ୍ୟର ସହ କାମ କରିବା ଜାରି ରଖିବୁ । ଆମେ ଏମିତି ସ୍ଥିତି ଉତ୍ପନ କରିବୁ, ଯେଉଁଥିରେ ଇରାନୀ ଲୋକେ ଏହି ଶାସନକୁ ଉଖାଡି ଫିଙ୍ଗି ଦେବେ । ଏହି ବୟାନ ଏମିତି ସମୟରେ ଆସିଛି, ଯେଉଁ ମଧ୍ୟରେ ମଧ୍ୟ ପ୍ରାଚ୍ୟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଚରମରେ ରହିଛି । ସୁଚନାଥାଉ ଯେ, ଇରାନ ସହିତ ଆମେରିକା ଓ ଇସ୍ରାଏଲର ଲଢେଇ ପଞ୍ଚମ ଦିନରେ ପ୍ରବେଶ କରିଛି । ବୁଧବାର ତେହରାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି । ଇରାନର ସରକାରୀ ଟିଭି ଚ୍ୟାନେଲ ମୁତାବକ ସକାଳ ସମମୟରେ ତେହରାନ ଏବଂ ଏହାର ଆଖାପାଖ ଅଞ୍ଚଳରେ ବିସ୍ଫୋରଣ ଘଟିଛି । ଇସ୍ରାଏଲ କହିଛି, ଇରାନ ପକ୍ଷରୁ ହୋଇଥିବା ମିସାଇଲ ମାଡ କାରଣରୁ ନିଜର ସୁରକ୍ଷା ପ୍ରଣାଳୀକୁ ସକ୍ରିୟ କରିବାକୁ ପଡିଛି । ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ, ଏହି ଯୁଦ୍ଧ ଅନେକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିପାରେ । ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ଇରାନରେ ପ୍ରାୟ ୮୦୦ ଜଣଙ୍କ ମୃତ୍ୟୁ ଘଟିଛି ।
